ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କେନାଲକୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ମୃତ

0

ଉତ୍ତରପ୍ରଦଶ: ଉତ୍ତରପ୍ରଦେଶ ଗୋଣ୍ଡାର ଇଟିଆ ଥୋକ୍‌ ଥାନା ଅନ୍ତର୍ଗତ ଏକ କେନାଲରେ ରବିବାର ତୀର୍ଥଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ରବିବାର ଦିନ ପୃଥ୍ବୀନାଥ ମନ୍ଦିରରେ ଜଳ ଅର୍ପଣ କରିବାକୁ ଯାଉଥିଲେ ଭକ୍ତ,କିନ୍ତୁ ଅଧା ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଜୀବନ।

ଉତ୍ତରପ୍ରଦେଶର ଗୋଣ୍ଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ୧୫ ଜଣ ଭକ୍ତଙ୍କୁ ନେଇ ଯାଉଥିବା ବୋଲେରୋ ଏକ କେନାଲକୁ ଖସି ପଡ଼ିଲା। ଏହି ଦୁର୍ଘଟଣାରେ ୧୧ ଜଣ କେନାଲରେ ବୁଡ଼ି ପ୍ରାଣ ହରାଇଛନ୍ତି । ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତକଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଗୋଣ୍ଡା ଜିଲ୍ଲାର ଇଟିଆଥୋକ୍ ଥାନା ଅଞ୍ଚଳର ଏକ ବଡ଼ ଦୁର୍ଘଟଣା ଘଟିଛି। ମୋତିଗଞ୍ଜ ଥାନା ଅଞ୍ଚଳର ସିହାଗାଓଁରୁ ୧୫ ଜଣ ଲୋକ ଏକ ବୋଲେରୋ କାରରେ ଖରଗୁପୁରର ପୃଥ୍ୱୀନାଥ ମନ୍ଦିରକୁ ଜଳ ଅର୍ପଣ କରିବାକୁ ଯାଉଥିଲେ। ହଠାତ୍ ତାଙ୍କ କାର ନିୟନ୍ତ୍ରଣ ହରାଇ କେନାଲରେ ଓଲଟି ପଡ଼ିଲା। ଏହି ଦୁର୍ଘଟଣାରେ ୧୧ ଜଣ ବୁଡ଼ି ପ୍ରାଣ ହରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ,ସେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି।

Leave A Reply

Your email address will not be published.