ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

କେନାଲକୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ୧୧ ମୃତ

0

ଉତ୍ତରପ୍ରଦଶ: ଉତ୍ତରପ୍ରଦେଶ ଗୋଣ୍ଡାର ଇଟିଆ ଥୋକ୍‌ ଥାନା ଅନ୍ତର୍ଗତ ଏକ କେନାଲରେ ରବିବାର ତୀର୍ଥଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ରବିବାର ଦିନ ପୃଥ୍ବୀନାଥ ମନ୍ଦିରରେ ଜଳ ଅର୍ପଣ କରିବାକୁ ଯାଉଥିଲେ ଭକ୍ତ,କିନ୍ତୁ ଅଧା ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ଜୀବନ।

ଉତ୍ତରପ୍ରଦେଶର ଗୋଣ୍ଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ୧୫ ଜଣ ଭକ୍ତଙ୍କୁ ନେଇ ଯାଉଥିବା ବୋଲେରୋ ଏକ କେନାଲକୁ ଖସି ପଡ଼ିଲା। ଏହି ଦୁର୍ଘଟଣାରେ ୧୧ ଜଣ କେନାଲରେ ବୁଡ଼ି ପ୍ରାଣ ହରାଇଛନ୍ତି । ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତକଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଗୋଣ୍ଡା ଜିଲ୍ଲାର ଇଟିଆଥୋକ୍ ଥାନା ଅଞ୍ଚଳର ଏକ ବଡ଼ ଦୁର୍ଘଟଣା ଘଟିଛି। ମୋତିଗଞ୍ଜ ଥାନା ଅଞ୍ଚଳର ସିହାଗାଓଁରୁ ୧୫ ଜଣ ଲୋକ ଏକ ବୋଲେରୋ କାରରେ ଖରଗୁପୁରର ପୃଥ୍ୱୀନାଥ ମନ୍ଦିରକୁ ଜଳ ଅର୍ପଣ କରିବାକୁ ଯାଉଥିଲେ। ହଠାତ୍ ତାଙ୍କ କାର ନିୟନ୍ତ୍ରଣ ହରାଇ କେନାଲରେ ଓଲଟି ପଡ଼ିଲା। ଏହି ଦୁର୍ଘଟଣାରେ ୧୧ ଜଣ ବୁଡ଼ି ପ୍ରାଣ ହରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ,ସେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି।

Leave A Reply

Your email address will not be published.