ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନାଗପୁର ଘରକୁ ବୋମା ମାଡ଼ ଧମକ ମିଳିଛି । ନୀତିନ ଗଡ଼କରୀଙ୍କ ନାଗପୁରସ୍ଥିତ ବାସଭବନକୁ ବୋମାରେ ଉଡ଼ାଇବାକୁ ଧମକ ଦେଇଛି ଜଣେ ଯୁବକ । ଏହି ଧମକପୂର୍ଣ୍ଣ କଲ୍ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଛି । ଏହି କଲ୍ ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କିଛି ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ତାକୁ ଏବେ ପୋଲିସ ହେପାଜତରେ ରଖାଯାଇଛି। ଅଭିଯୁକ୍ତର ନାଁ ହେଉଛି ଉମେଶ ବିଷ୍ଣୁ ରାଉତ । ସେ ନାଗପୁର ମେଡିକାଲ ଛକ ନିକଟରେ ଥିବା ଏକ ଦେଶୀ ମଦ ଦୋକାନରେ କାମ କରେ।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ୮:୪୬ ସମୟରେ ପୋଲିସ କଣ୍ଟ୍ରୋଲ ନମ୍ବର ୧୧୨ ରେ ଗଡକରୀଙ୍କ ଘରକୁ ବୋମାରେ ଉଡ଼ାଇ ଦେବାର ଧମକ ଆସିଥିଲା । ଧମକପୂର୍ଣ୍ଣ କଲ ପାଇବା ପରେ ପୋଲିସ ସ୍ଥାନୀୟ ପୋଲିସ ଷ୍ଟେସନକୁ ଏ ବିଷୟରେ ସୂଚନା ଦେଇଥିଲା । କଣ୍ଟ୍ରୋଲ ରୁମକୁ କଲ ପାଇବା ପରେ ପ୍ରତାପ ନଗର ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଏବଂ ଡଗ୍ ସ୍କ୍ୱାଡ୍ ଦଳ ଗଡକରୀଙ୍କ ଘରେ ମଧ୍ୟ ତଲାସୀ ଅଭିଯାନ ଚଳାଇଥିଲେ । ଏହାର କିଛି ଘଣ୍ଟା ପରେ ପୋଲିସ ଗଡକରୀଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ନାମ ଉମେଶ ବିଷ୍ଣୁ ରାଉତ। ଉମେଶ ବିଷ୍ଣୁ ରାଉତ ମେଡିକାଲ ଛକରେ ଥିବା ଏକ ଦେଶୀ ମଦ ଦୋକାନରେ କାମ କରନ୍ତି । ପୋଲିସ ତାଙ୍କୁ ନାଗପୁରର ବୀମା ଦାୱାଖାନା ନିକଟରେ ଗିରଫ କରିଛି । ତେବେ ସେ କାହିଁକି ଏପରି କରିଛନ୍ତି ସେନେଇ ବିଶେଷ କିଛି ସୂଚନା ମିଳିପାରିନାହିଁ ।
ତେବେ କହିରଖୁଛୁ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବର୍ତ୍ତମାନ ନାଗପୁର ସ୍ଥିତ ଘରେ ରହୁଛନ୍ତି । ଧମକ ପଛରେ କାରଣ ଜାଣିବା ପାଇଁ ପୋଲିସ ଦଳ ଏବେ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରିବ । ଏହି ଘଟଣାର ଅନ୍ୟ କୌଣସି ଦିଗ ଅଛି କି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ୍ ।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା