ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ଘରକୁ ବୋମାରେ ଉଡାଇ ଦେବାକୁ ଧମକ

0

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ନାଗପୁର ଘରକୁ ବୋମା ମାଡ଼ ଧମକ ମିଳିଛି । ନୀତିନ ଗଡ଼କରୀଙ୍କ ନାଗପୁରସ୍ଥିତ ବାସଭବନକୁ ବୋମାରେ ଉଡ଼ାଇବାକୁ ଧମକ ଦେଇଛି ଜଣେ ଯୁବକ । ଏହି ଧମକପୂର୍ଣ୍ଣ କଲ୍ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଛି । ଏହି କଲ୍ ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିବା ବେଳେ କିଛି ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ତାକୁ ଏବେ ପୋଲିସ ହେପାଜତରେ ରଖାଯାଇଛି। ଅଭିଯୁକ୍ତର ନାଁ ହେଉଛି ଉମେଶ ବିଷ୍ଣୁ ରାଉତ । ସେ ନାଗପୁର ମେଡିକାଲ ଛକ ନିକଟରେ ଥିବା ଏକ ଦେଶୀ ମଦ ଦୋକାନରେ କାମ କରେ।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ୮:୪୬ ସମୟରେ ପୋଲିସ କଣ୍ଟ୍ରୋଲ ନମ୍ବର ୧୧୨ ରେ ଗଡକରୀଙ୍କ ଘରକୁ ବୋମାରେ ଉଡ଼ାଇ ଦେବାର ଧମକ ଆସିଥିଲା । ଧମକପୂର୍ଣ୍ଣ କଲ ପାଇବା ପରେ ପୋଲିସ ସ୍ଥାନୀୟ ପୋଲିସ ଷ୍ଟେସନକୁ ଏ ବିଷୟରେ ସୂଚନା ଦେଇଥିଲା । କଣ୍ଟ୍ରୋଲ ରୁମକୁ କଲ ପାଇବା ପରେ ପ୍ରତାପ ନଗର ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଏବଂ ଡଗ୍ ସ୍କ୍ୱାଡ୍ ଦଳ ଗଡକରୀଙ୍କ ଘରେ ମଧ୍ୟ ତଲାସୀ ଅଭିଯାନ ଚଳାଇଥିଲେ । ଏହାର କିଛି ଘଣ୍ଟା ପରେ ପୋଲିସ ଗଡକରୀଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ନାମ ଉମେଶ ବିଷ୍ଣୁ ରାଉତ। ଉମେଶ ବିଷ୍ଣୁ ରାଉତ ମେଡିକାଲ ଛକରେ ଥିବା ଏକ ଦେଶୀ ମଦ ଦୋକାନରେ କାମ କରନ୍ତି । ପୋଲିସ ତାଙ୍କୁ ନାଗପୁରର ବୀମା ଦାୱାଖାନା ନିକଟରେ ଗିରଫ କରିଛି । ତେବେ ସେ କାହିଁକି ଏପରି କରିଛନ୍ତି ସେନେଇ ବିଶେଷ କିଛି ସୂଚନା ମିଳିପାରିନାହିଁ ।
ତେବେ କହିରଖୁଛୁ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବର୍ତ୍ତମାନ ନାଗପୁର ସ୍ଥିତ ଘରେ ରହୁଛନ୍ତି । ଧମକ ପଛରେ କାରଣ ଜାଣିବା ପାଇଁ ପୋଲିସ ଦଳ ଏବେ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରିବ । ଏହି ଘଟଣାର ଅନ୍ୟ କୌଣସି ଦିଗ ଅଛି କି ନାହିଁ ସେନେଇ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ୍ ।

Leave A Reply

Your email address will not be published.