ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

0

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ଶିବୁ ସୋରେନ୍‌ଙ୍କ ସ୍ଵାସ୍ଥ୍ୟାବସ୍ଥା ଶନିବାର ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରରେ ରଖାଯାଇଛି। କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟା ପାଇଁ ୮୧ ବର୍ଷୀୟ ଶିବୁ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି। ଗତ ଜୁନ ମାସରେସୋରେନଙ୍କ ଦେହ ଅସୁସ୍ଥ ହେବାରୁ ସେବେଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଜେଏମ୍‌ଏମ୍‌ର ପ୍ରତିଷ୍ଠାତା ଶିବୁ ସୋରେନ୍‌ ୩୮ ବର୍ଷ ଧରି ଏହାର ନେତୃତ୍ୱ ନେଇଥିଲେ। କିଡନୀ ସମ୍ବନ୍ଧୀୟ ସମସ୍ୟା କାରଣରୁ ଗତ ଜୁନ ଶେଷ ସପ୍ତାହରେ ସୋରେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନକୁ ଦିନ ସ୍ଵାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖି ଚିକିତ୍ସା କରାଯାଉଛି।

Leave A Reply

Your email address will not be published.