ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ରେଲଓ୍ବେ ଟ୍ରାକ୍‌ ଉଡ଼ାଇଲେ ମାଓବାଦୀ

0

ସୁନ୍ଦରଗଡ଼: ଶହୀଦ ସପ୍ତାହରେ ମାଓବାଦୀଙ୍କ ହିଂସାକାଣ୍ଡ। ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବଣାଇ ସ୍ଥିତ ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି। ବିସ୍ପୋରଣରେ ଦୁଇଟି ସ୍ଲିପର ବାହାରି ଯାଇଛି ଓ ଟ୍ରାକରେ ଖାତ ସୃଷ୍ଟି ହୋଇଛି। ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।ସୂଚନାଥାଉକି, ବିସ୍ପୋରଣ ସ୍ଥଳଠୁ ଏକ କିଲୋମିଟର ବ୍ୟବଧାନରେ ମାଓପୋଷ୍ଟର ଲଗାଇଛନ୍ତି।

ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍‌ପିଏଫ୍ ଓ ଆର୍‌ପିଏସ୍‌ଏଫ୍ ମୁତୟନ କରାଯାଇଛି। ସମ୍ବେଦନଶୀଳ ମାର୍ଗରେ ଏକ୍ସପ୍ରେସ‌୍ ଓ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକର ଯାତ୍ରା ପୂର୍ବରୁ ମାଲବାହୀ ଟ୍ରେନ୍‌ ଚଳାଇବା ପାଇଁ ନିର୍ଦ୍ଦେଶ ଜାରିହେଇଛି। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ରେଳବାଇ ହେଲ୍ପଲାଇନ୍ କିମ୍ବା ନିକଟତମ ରେଳଷ୍ଟେସନକୁ ଜଣାଇବାକୁ ରେଳ ପ୍ରଶାସନ ଯାତ୍ରୀଙ୍କୁ ନିବେଦନ କରାଯାଇଛି।

Leave A Reply

Your email address will not be published.