ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ

0

ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି

ନ୍ୟୁଜବ୍ୟୁରୋ: ଏଣିକି ସରକାରୀ କର୍ମଚାରୀ ହେବେ ସାବାଡ଼। ଅଫିସକୁ ମନଇଚ୍ଛା ଆସିପାରିବେନି ସରକାରୀ କର୍ମଚାରୀ। ନଚେତ ଅଫିସରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ସବୁ ରାଜସ୍ୱ କାର୍ଯ୍ୟାଳୟରେ ବସିବ ବାୟୋମେଟ୍ରିକ। ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଲାଗୁ ହେବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନେଇଛନ୍ତି ନିଷ୍ପତ୍ତି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ରାଜ୍ୟ ସରକାର।
ଯେଉଁ ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ନାହିଁ ସେଠାରେ ତୁରନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରିବାକୁ କୁହାଯାଇଛି। ସବୁ ବିଭାଗ ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି।

ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କନିଷ୍ଠ କର୍ମଚାରୀଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ପଦବୀରେ ଥିବା ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ। ଅଫିସକୁ କର୍ମଚାରୀମାନେ ବିଳମ୍ବରେ ଆସୁଥିବା ଅଭିଯୋଗ ହେଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ସବୁ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।

ଏସଂକ୍ରାନ୍ତ ଡାଟାକୁ ଏନଆଇସି ଦ୍ବାରା ବିକଶିତ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ପୋର୍ଟାଲକୁ ଲିଙ୍କ କରିବାକୁ କୁହାଯାଇଛି। ସବୁ ସରକାରୀ କର୍ମଚାରୀ ଅଫିସରେ ପହଞ୍ଚିବା ଓ ଅଫିସ ଛାଡ଼ିବା ବେଳେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥାରେ ଉପସ୍ଥାନ ଦେବେ।

Leave A Reply

Your email address will not be published.