ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଜନତା ମୈଦାନରେ ‘ଏକ୍‌ତା’ର ଶୁଭାରମ୍ଭ କଲେ ମାଧୁରୀ ଦୀକ୍ଷିତ

0

ଭୁବନେଶ୍ଵର: ଆଜି ଜାତୀୟ ହସ୍ତତନ୍ତ ଦିବସ। ଏହି ଅବସରରେ ରାଜଧାନୀ ଭୁବନେଶ୍ଵରରେ ପହଞ୍ଚିଛନ୍ତି ମାଧୁରୀ ଦୀକ୍ଷିତ। ହସ୍ତତନ୍ତ ଦିବସରେ ଓଡ଼ିଶାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଗୁରୁବାର ଭୁବନେଶ୍ୱରସ୍ଥିତ ଜନତା ମୈଦାନରେ ଏକ୍‌ତା’ର ଶୁଭାରମ୍ଭ କଲେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଲେ ବଲିଉଡ୍ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ଥିଲେ। ମାଧୁରୀ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍‌ ଆମ୍ବାସଡର ରହିଛନ୍ତି। ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶା ହସ୍ତତନ୍ତର କଥା କହିଲେ ମାଧୁରୀ ଦୀକ୍ଷିତ । ବୋମକାଇ ଓ ସମ୍ବଲପୁରୀ ଏହା କେବଳ ବୟନ ଓ ହସ୍ତତନ୍ତ ନୁହଁ ଇକତା ବୋଲି କହିଥିଲେ ମାଧୁରୀ । ଏହା ଓଡ଼ିଆଙ୍କ ସୃଜନଶୀଳତା ଏବଂ କଳା ଏବଂ ଅସ୍ମିତାର ବନ୍ଧନର ଜୀବନ୍ତ ପ୍ରମାଣ।

ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ବାହାର ରାଜ୍ୟର ବୁଣାକାରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବୁଣାକାର ମେଳାରେ ସେମାନଙ୍କ ଷ୍ଟଲ୍‌ ଖୋଲିଛନ୍ତି।

Leave A Reply

Your email address will not be published.