ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ

0

ଜୟପୁର: ଜୟପୁରରେ ‘ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ଆଗକୁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ (SODC) ହେବାକୁ ଯାଉଛି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ ଏନେଇ ଟାସ୍କ ଫୋର୍ସ ଗଠନ ହୋଇଛି। ପୂର୍ବ ସରକାର ଦକ୍ଷିଣ ଓଡ଼ିଶା ବିକାଶକୁ ଗୁରୁତ୍ବ ଦେଉନଥିଲେ। ଆମ ସରକାର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରତ୍ନଗର୍ଭା କୋରାପୁଟର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ୭୬୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦ୍‌ଘାଟନ ହୋଇଛି। ବିଶେଷ କରି ୪ଟି ବର୍ଗ- ଗରିବ, ମହିଳା, କୃଷକ, ଯୁବକଙ୍କ ବିକାଶକୁ ଗୁରୁତ୍ବ ଦିଆଯାଉଛି। ଅନ୍ୟପଟେ ଜୟପୁରରୁ ଭୁବନେଶ୍ବର ‘ବନ୍ଦେ ଭାରତ’ ଚଳାଇବା ପାଇଁ ଦାବି ଆସିଛି। ସ୍ଥାନୀୟ ବିଧାୟକ ତାରା ବାବୁ ଏନେଇ ଦାବି ରଖିଛନ୍ତି। ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ କହିଛନ୍ତି। ଆଗାମୀ ଦିନରେ ଜୟପୁର-ଭୁବନେଶ୍ବର ବନ୍ଦେ ଭାରତ ଚାଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.