ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର

0

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦର ସଂପ୍ରସାରଣ କାମ। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି।

ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ୱର ବିମାନବନ୍ଦରରେ ତୃତୀୟ ଟର୍ମିନାଲ ହେବ। ୧୦ ବର୍ଷରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି। ଏବେ ଦେଶର ଅନେକ ଛୋଟ ସହରରେ ବିମାନବନ୍ଦର ନିର୍ମାଣ ହୋଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍କିମ୍‌ରେ ୩୫୦ ନୂଆ ଏୟାରପୋର୍ଟ ହେବାର ଯୋଜନା ରହିଥିବା ମନ୍ତ୍ରୀ କହିଛନ୍ତି। ଆସନ୍ତା ୧୦ ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟି ଲକ୍ଷ୍ୟ ରହିଛି। ସେହିପରି ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମଧ୍ୟ ମିଳିସାରିଛି।

Leave A Reply

Your email address will not be published.