ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ

0

ଭୁବନେଶ୍ବର: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌। ପୁରୀ-କୋଣାର୍କ, ପୁରୀ-ସାତପଡ଼ା ଏବଂ ପିପିଲି-କୋଣାର୍କ ରାଜପଥ ୪ ଲେନ୍‌ ବିଶିଷ୍ଟ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଥିପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଜାତୀୟ ଟୁର୍ ଅପରେଟର ସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ସମ୍ମିଳନୀର ରବିବାର ଉଦଯାପନୀ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନର ବିକାଶ ପାଇଁ ଅଧିକ ଗୁରୁତ୍ବ ଦିଆଯିବ। ଜଗନ୍ନାଥଙ୍କ ଲୀଳାକ୍ଷେତ୍ରଗୁଡ଼ିକୁ ପର୍ଯ୍ୟଟନ ତାଲିକାରେ ସାମିଲ କରାଯିବ। ଏହା ସହିତ ପୁରୀ ସମୁଦ୍ରକୂଳ ନିକଟରେ ଥିବା ଗୁରୁ ନାନକଙ୍କ ବାଉଳି ମଠର ପୁନରୁଦ୍ଧାର କରାଯିବ। ହିନ୍ଦୁ ଓ ବୁଦ୍ଧିଷ୍ଟ ସର୍କିଟ୍‌ ସମେତ ଶକ୍ତିପୀଠଗୁଡ଼ିକର ଆବଶ୍ୟକ ବିକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଥିବା ୫୭୨ କିମି ଉପକୂଳରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରାଯିବ। ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ନିମନ୍ତେ ଏକ ବୈଷୟିକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ସୋନାପୁର-ଗୋପାଳପୁର ବେଳାଭୂମି ନିକଟରେ ହୋଟେଲ ପ୍ରକଳ୍ପ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଭଳି ଆଉ କିଛି ସ୍ଥାନ ଚିହ୍ନଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.