ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର

0

ଭୁବନେଶ୍ବର: ଓଡ଼ିଶାର ଦୁଇଜଣ ଶିକ୍ଷକଙ୍କୁ ଏହି ବର୍ଷର ମର୍ଯ୍ୟାଦାଜନକ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ପ୍ରଦାନ କରାଯିବ। ଏନେଇ ସୋମବାର ଦିନ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଶିକ୍ଷକ ଦ୍ବୟ ହେଉଛନ୍ତି ବସନ୍ତ କୁମାର ରାଣା ଏବଂ ତରୁଣ କୁମାର ଦାଶ। ବସନ୍ତ ମାଲକାନଗିରି ଜିଲ୍ଲାର କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କୋଣ୍ଡେଲର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ। ତାଙ୍କର ଅଭିନବ ଶିକ୍ଷାଦାନ ପଦ୍ଧତି ପାଇଁ ସେ ବହୁଳ ଭାବରେ ସ୍ୱୀକୃତିପ୍ରାପ୍ତ। ସେହିପରି ତରୁଣ କୋରାପୁଟର ପ୍ରଧାନମନ୍ତ୍ରୀ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କାର୍ଯ୍ୟରତ।

ପ୍ରସିଦ୍ଧ ଦାର୍ଶନିକ, ଶିକ୍ଷାବିତ୍ ଏବଂ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମବାର୍ଷିକୀ ପାଳନ ତଥା ସେପ୍ଟେମ୍ବର ୫ ତାରିଖରେ ଶିକ୍ଷକ ଦିବସ ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପୁରସ୍କାର ଉତ୍ସବରେ ୫୦,୦୦୦ ଟଙ୍କା ନଗଦ ପୁରସ୍କାର, ଏକ ରୌପ୍ୟ ପଦକ ଏବଂ ଏକ ମାନପତ୍ର ମିଳିବ।

Leave A Reply

Your email address will not be published.