ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବିଧାନସଭାରେ ପେନସନ ପାଇଁ ଆବେଦନ କଲେ ଜଗଦୀପ ଧନଖଡ଼

0

ରାଜସ୍ଥାନ: ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜୁଲାଇ ୨୨ରେ ତାଙ୍କ ପଦରୁ ଇସ୍ତଫା ଦେଇ ଚର୍ଚ୍ଚାରେ ଥିଲେ। ସେ ତାଙ୍କ ଇସ୍ତଫା ପଛରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଥିଲେ। ଏବେ ସୂଚନା ମିଳିଛି ଯେ ଜଗଦୀପ ଧନଖଡ ରାଜସ୍ଥାନ ବିଧାନସଭାରେ ପେନସନ ପାଇଁ ଆବେଦନ କରିଛନ୍ତି। ସେ ୧୯୯୩ମସିହାରେ କଂଗ୍ରେସ ଟିକେଟରେ ଆଜମେରର କିଶନଗଡ ବିଧାନସଭା ଆସନରୁ ବିଧାୟକ ଥିଲେ। ତେଣୁ ଏବେ ସେ ପେନସନ ପାଇଁ ଆବେଦନ କରିଛନ୍ତି।

ଜଗଦୀପ ଧନଖଡ଼ ୧୯୮୯-୯୧ ମଧ୍ୟରେ ରାଜସ୍ଥାନର ଝୁନଝୁନ(ଲୋକସଭା ନିର୍ବାଚନମଣ୍ଡଳୀ)ରୁ ୯ମ ଲୋକସଭାରେ ଜନତା ଦଳ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୯୩ ମସିହାରେ କିଶନଗଡରୁ ଦଶମ ବିଧାନସଭାର ସଦସ୍ୟ ମଧ୍ୟ ଥିଲେ। ଏହା ସହିତ ଜଗଦୀପ ଚନ୍ଦ୍ରଶେଖରଙ୍କ ସରକାରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୯ ଜୁଲାଇ ୨୦ରେ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା।

ନିୟମ ଅନୁସାରେ ଜଗଦୀପ ଧନଖଡ଼ଙ୍କୁ ରାଜସ୍ଥାନ ବିଧାନସଭାରୁ ପେନସନ ମିଳିବା ଉଚିତ। ଏପରି ପରିସ୍ଥିତିରେ ସେ ପେନସନ ପାଇଁ ଆବେଦନ କରିଛନ୍ତି। ରାଜସ୍ଥାନ ବିଧାନସଭା ବାଚସ୍ପତି ବାସୁଦେବ ଦେବନାନୀ ଧନଖରଙ୍କ ପେନସନ ସମ୍ପର୍କିତ ଆବେଦନକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଆବେଦନ ଉପରେ ପ୍ରକ୍ରିୟା ଚାଲିଛି।

ଧନଖଡ଼ ରାଜସ୍ଥାନ ବିଧାନସଭାରେ ବିଧାୟକ ରହିସାରିଛନ୍ତି। ରାଜସ୍ଥାନରେ ପୂର୍ବତନ ବିଧାୟକମାନଙ୍କୁ ପେନସନ ଭାବରେ ୩୫,୦୦୦ ଟଙ୍କା ମିଳିଥାଏ। ଯଦି ପୂର୍ବତନ ବିଧାୟକଙ୍କ ବୟସ ୭୦ ବର୍ଷରୁ ଅଧିକ ହୁଏ, ତେବେ ତାଙ୍କୁ ୮୦ ବର୍ଷ ବୟସରେ ୨୦% ଏବଂ ୩୦% ଅତିରିକ୍ତ ପେନସନ ମିଳିଥାଏ। ଧନଖଡଙ୍କ ବୟସ ବର୍ତ୍ତମାନ ୭୪ ବର୍ଷ, ତେଣୁ ସେ ୨୦% ଅତିରିକ୍ତ ପେନସନ ସହିତ ପ୍ରାୟ ୪୨,୦୦୦ ଟଙ୍କା ପେନସନ ପାଇବେ।

Leave A Reply

Your email address will not be published.