ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ସଂସଦରେ ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ

0

ନୂଆଦିଲ୍ଲୀ: ସଂସଦରେ ସ୍ଥାନ ପାଇବ ମହାପ୍ରଭୁଙ୍କ ୩ ରଥର ଚକ। ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସଂସଦୀୟ କମିଟି ଏ ନେଇ ପ୍ରସ୍ତାବ ଦେଇଛି। କମିଟିର ପ୍ରସ୍ତାବରେ ବାଚସ୍ପତି ସମ୍ମତି ଜଣାଇଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ୩ ରଥର ଚକକୁ ସଂସଦରେ ଏକ ସ୍ବତନ୍ତ୍ର ସ୍ଥାନରେ ସମ୍ମାନର ସହ ସ୍ଥାନିତ କରାଯିବ ବୋଲି କୁହାଯାଇଛି।

ନନ୍ଦିଘୋଷ, ଦେବଦଳନ, ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକା ନୂଆଦିଲ୍ଲୀସ୍ଥିତ ପାର୍ଲାମେଣ୍ଟ କମ୍ପ୍ଲେକ୍ସରେ ସ୍ଥାନ ପାଇବ। ଲୋକସଭାର ବାଚସ୍ପତି ଓମ୍ ଵିର୍ଲା ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ପୁର୍ବରୁ ରଥ ଚକକୁ ଓଡ଼ିଶା ବିଧାନସଭା ପରିସର ଓ ରାଜ୍ୟ ଅତିଥି ଭବନ ପରିସରରେ ରଖାଯାଇଛି।

Leave A Reply

Your email address will not be published.