ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସିକିମ୍ ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ

0

ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଛି। ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲଭିଥିବା ବେଳେ ଶ୍ରୀମନ୍ଦିର ପରିସରରୁ ଉଠାଯାଇଥିବା ତାଙ୍କ ଫଟୋ ତାଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ସେୟାର କରାଯାଇଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବର୍ତ୍ତମାନ ସେ ଏହି ପୋଷ୍ଟଟିକୁ ଡିଲିଟ୍ କରିଦେଇଛନ୍ତି। ତଥାପି ଏହି ପ୍ରସଙ୍ଗ ପୁଣି ଥରେ ଶ୍ରୀମନ୍ଦିର ନିୟମ ପାଳନ ନେଇ ପ୍ରଶ୍ନ ସୃଷ୍ଠି କରିଛି।

ଶୁକ୍ରବାର ଦିନ ସିକିମ୍ ମୁଖ୍ୟମନ୍ତ୍ରୀ ତମାଙ୍ଗ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବା ପାଇଁ ମନ୍ଦିର ପରିଦର୍ଶନ କରିଥିଲେ। ତାଙ୍କ ଗସ୍ତ ସମୟରେ, ଭିତର ବେଢାରେ ଉଠାଯାଇଥିବା ଫଟୋଗ୍ରାଫ୍ ତାଙ୍କ ଫେସବୁକ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଅଭିଯୋଗ ହୋଇଛି। ଫଟୋଗୁଡ଼ିକ ମନ୍ଦିର ପରିସରରେ ଥିବା ମା ମଙ୍ଗଳା ମନ୍ଦିର ନିକଟରେ ନିଆଯାଇଥିବା କୁହାଯାଉଛି। ତମାଙ୍ଗଙ୍କ ଫେସବୁକରେ ଅପଲୋଡ ହୋଇଥିବା ପୋଷ୍ଟଟିରେ ଲେଖାଯାଇଥିଲା, “ଶାନ୍ତି, ଭକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ବିକିରଣ କରୁଥିବା ପବିତ୍ର ଜଗନ୍ନାଥ ମନ୍ଦିରକୁ ଦର୍ଶନ କରି ସେ ଧନ୍ୟ ଅନୁଭବ କରିଛନ୍ତି। ଯାହା ଭାଇରାଲ ହେବା ପରେ ଅନେକ ମହଲରୁ ଏହାକୁ ସମାଲୋଚନା କରାଯାଇଛି। କାରଣ ମନ୍ଦିର ଭିତରେ ଫଟୋ ଉଠାଇବା କଡ଼ାକଡ଼ି ନିଷିଦ୍ଧ। ଆଉ ଜନସାଧାରଣଙ୍କ ବିରୋଧ ପରେ, ଫଟୋଗୁଡ଼ିକୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଡିଲିଟ୍ କରିଦିଆଯାଇଛି।

ଏହି ଘଟଣାରେ ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ ମନ୍ଦିରର ନିଷିଦ୍ଧ ଅଞ୍ଚଳ ମଧ୍ୟରେ ଫଟୋଗ୍ରାଫିକୁ କିପରି ଅନୁମତି ଦିଆଗଲା। ନା ସାଧାରଣ ଲୋକଙ୍କ ପାଇଁ ଗୋଟେ ନିୟମ ଆଉ ସରକାରୀ ଅଧିକାରୀ, ବାବୁ, ଅଫିସରଙ୍କ ପାଇଁ ଅନ୍ୟ ଏକ ନିୟମ? ସବୁଠୁ ବଡ କଥା ହେଉଛି, ସିକିମ୍ ମୁଖ୍ୟମନ୍ତ୍ରୀ ଶୁକ୍ରବାର ସକାଳେ ମନ୍ଦିର ପରିଦର୍ଶନ କରୁଥିବା ବେଳେ ପୁରୀ କଲେକ୍ଟର, ଏସ୍ପି ଏବଂ ମନ୍ଦିର ପ୍ରଶାସନର ଅଧିକାରୀମାନେ ତାଙ୍କ ସହ ଉପସ୍ଥିତ ଥିଲେ। ଏଭଳି ପରିସ୍ଥିତିରେ ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ କିପରି ନିଆଯାଇଥିଲା ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫଟୋ କିପରି ଉଠିଲା ତାହାକୁ ନେଇ ଏବେ ଅସନ୍ତୋଷ ତେଜିଛି। ସିକିମ୍ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳକୁ ଶ୍ରୀମନ୍ଦିର ପ୍ରୋଟୋକଲ୍ ବିଷୟରେ ସୂଚନା ଦିଆଯାଇଥିଲା କି ନାହିଁ ତାହା ମଧ୍ୟ ପ୍ରଶ୍ନ କରାଯାଉଛି। ଅପରପକ୍ଷେ ଏପର୍ଯ୍ୟନ୍ତ ଏହି ଘଟଣାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) କୌଣସି ପ୍ରତିକ୍ରିୟା ଜାରି କରିନାହିଁ।

Leave A Reply

Your email address will not be published.