ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ବଢ଼ିଲା ଇନ୍ସପେକ୍ଟର ଓ ଏସଆଇଙ୍କ କ୍ଷମତା

0

ଭୁବନେଶ୍ବର: ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତାରେ ବୃଦ୍ଧି ହୋଇଛି। ଏଣିକି ସେମାନେ ଏସସି/ଏସଟି ମାମଲାର ତଦନ୍ତ କରିପାରିବେ। ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ଦାଖଲ ମଧ୍ୟ କରିପାରିବେ। ଏହା ପୂର୍ବରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିବାବେଳେ, ଏବେ ସରକାର ଇନ୍ସପେକ୍ଟର ଓ ଏସଆଇଙ୍କ କ୍ଷମତା ବଢ଼ାଇ ଏହି ଦାୟିତ୍ୱ ଦେଇଛନ୍ତି।

ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ଏଚଆରପିସି ଏଡିଜି ଜତିନ୍ଦ୍ର କୋୟଲ ପ୍ରସ୍ତାବ ଦେଇଥିଲେ। ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ୧୯୮୯ର ପ୍ରବର୍ତ୍ତନକୁ ସୁଦୃଢ଼ ​​କରିବା ପାଇଁ, ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ପୋଲିସ ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରମାନଙ୍କୁ ଏହି ଆଇନ ଅନୁଯାୟୀ ଗିରଫ, ତଦନ୍ତ ଏବଂ ମାମଲା ରୁଜୁ କରିବା ପାଇଁ କ୍ଷମତା ପ୍ରଦାନ କରାଯାଉଛି। ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିରୁଦ୍ଧରେ ଅତ୍ୟାଚାର ସହିତ ଜଡିତ ମାମଲାରେ ପ୍ରତିକ୍ରିୟାଶୀଳ ବ୍ୟବସ୍ଥାକୂ ସୁଦୃଢ଼ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ତ୍ୱରାନ୍ୱିତ କରିବା ହେଉଛି ଏହି ନିଷ୍ପତ୍ତିର ଲକ୍ଷ୍ୟ।

Leave A Reply

Your email address will not be published.