ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଆଫଗାନିସ୍ତାନରେ ଭୂକମ୍ପ

0

ମୃତ୍ୟୁ ସଂଖ୍ୟା ୮୦୦ ଟପିଲା, ୧୩୦୦ ଆହତ

ଆଫଗାନିସ୍ତାନ: ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟ ପୂର୍ବ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୦୦ରୁ ଅଧିକ ଆହତ ହୋଇଛନ୍ତି। ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନାଙ୍ଗରହାର ପ୍ରଦେଶର ଜଲାଲାବାଦ ନିକଟରେ ଥିଲା। ଏହାର ଗଭୀରତା ୮ କିଲୋମିଟର ଥିଲା। ଏହା ରବିବାର ସ୍ଥାନୀୟ ସମୟ ରାତି ୧୧ଟା ୪୭ରେ ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା। ରାତି ସମୟରେ ଭୂକମ୍ପ ହେବାରୁ ଏତେ ସଂଖ୍ୟାରେ ମୃତ୍ୟୁ ଘଟିଛି।

ଏହି ଭୂମିକମ୍ପ ଦିଲ୍ଲୀ-ଏନସିଆରରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ରାତି ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆଫଗାନିସ୍ତାନର ୱାର୍ଦାକ ପ୍ରଦେଶର ରାଜଧାନୀ ମଇଦାନ ସହର ପୂର୍ବତନ ମେୟର ଜାରିଫା ଘଫାରି ଏକ୍ସ ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଏହି ଭୟଙ୍କର ଭୂମିକମ୍ପ ସମଗ୍ର ଗ୍ରାମକୁ ଧ୍ୱଂସ କରିଦେଇଛି।

Leave A Reply

Your email address will not be published.