ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଗଣେଶ ଭଷାଣି ବେଳେ ହାତାହାତି

0

ଜଣେ ମୃତ, ୧୦ ଆହତ

ନୟାଗଡ଼: ଗଣେଣ ମୂର୍ତ୍ତି ଭସାଣିକୁ ନେଇ ନୟାଗଡ଼ରେ ଅଭାବନୀୟ ଘଟଣା ଘଟିଛି। ଗଣେଣ ମୂର୍ତ୍ତି ଭସାଣି ବେଳେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତର କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି। ମୃତକ ହେଲେ ହରିହର ସ୍ୱାଇଁ।

ରବିବାର ରାତି ପ୍ରାୟ ୧୦ଟା ସମୟରେ ପାଥପୁର ଏବଂ କରଡ଼ାପଲ୍ଲୀ ଗ୍ରାମରେ ଗଣେଶ ଠାକୁରଙ୍କ ଭଷାଣି ପର୍ବ ଅନୁଷ୍ଠିତ ହେଉଥିଲା। ଏହି ସମୟରେ ଡିଜେକୁ ନେଇ ଉଭୟ ଗାଁର ଯୁବକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। କରଡ଼ାପଲ୍ଲୀ ଗ୍ରାମ ଠାକୁରଙ୍କ ଡିଜେ ବାଜାର ଅତ୍ୟଧିକ ସାଉଣ୍ଡ ନେଇ ପାଥପୁର ଗ୍ରାମର କିଛି ଯୁବକ ବାରଣ କରିଥିଲେ। ଫଳରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା।

କରଡ଼ାପଲ୍ଲୀ ଗ୍ରାମର ରଶ୍ମିରଂଜନ ସ୍ବାଇଁଙ୍କ ଉପରେ ଆକ୍ରମଣ ବେଳେ ତାଙ୍କ ବାପା ହରିହର ସ୍ୱାଇଁ ଛଡାଇବାକୁ ଆସିଥିବାବେଳେ ଆସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ଓ ତଳେପଡି ମୃତ୍ୟୁବରଣ କରିଥିଲେ। ସଂଘର୍ଷରେ ଉଭୟ ଗାଁର ୧୦ ଜଣ ଆହତ ହୋଇଛନ୍ତି ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏହାପରେ ଉଭୟ ଗାଁରେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.