ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଦୁର୍ଗାପୂଜା ଭସାଣ କଟକଣା:ବାଜିବନି ଡିଜେ, ଲେଜର ଲାଇଟ୍ ଓ ବାଣ

0

ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା। ଏନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ୍‌ ପୋଲିସ ଏବଂ ଦୁର୍ଗା ପୂଜା କମିଟି ପକ୍ଷରୁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷ ଦୁର୍ଗା ପୂଜା ଭସାଣରେ ଡିଜେ ବାଜିବନି। ଭସାଣରେରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବାକୁ ବି ମନା। ଏହି ସବୁ ଉପରେ ଲାଗିଲା କଟକଣା। ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣ। ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି।

ଏହି ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୋଲିସ କମିଶନର ଏସ ଦେବଦତ୍ତ ସିଂ, ଅତିରିକ୍ତ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ବ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟିର କାର୍ଯ୍ୟ କର୍ତ୍ତାମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.