ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ସରଣ୍ଡା ଜଙ୍ଗଲରୁ ୨ ହାର୍ଡକୋର୍ ମାଓବାଦୀ ଗିରଫ

0

ଝାଡ଼ଖଣ୍ଡ: ଦୁଇ ହାର୍ଡକୋର୍ ମାଓବାଦୀ ଗିରଫ। ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା। ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ରବିବାର ୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ।

ଗତ ମେ ୨୭ ତାରିଖରେ ସୁନ୍ଦରଗଡ଼ କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଲୁଟ ହୋଇଥିବା ବିସ୍ଫୋରକ ଘଟଣାରେ ଗିରଫ ଏହି ଦୁଇ ଜଣ ସାମିଲ ଥିଲେ। ଝାଡ଼ଖଣ୍ଡ ପଶ୍ଚିମ ସିଂ ଭୂମି ଯରେଇକେଲା ଥାନା ସରଣ୍ଡା ଜଙ୍ଗଲରେ ମାଓବାଦୀ ଲୁଚି ରହିଥିଲେ। ଏନେଇ ଖବର ପାଇ ସିଆରପିଏଫ୍, କୋବ୍ରା ବାହିନୀ ମିଳିତ ଭାବରେ ସରଣ୍ଡା ଜଙ୍ଗଲରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାବାହିନୀକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଖସିଯାଇଥିବା ବେଳେ ୨ ହାର୍ଡକୋର୍ ମାଓବାଦୀ ଧରାପଡ଼ିଥିଲେ।
ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ। ସନ୍ଦୀପର ଘର ଛତିଶଗଡ଼ ବିଜାପୁରରେ। ସେ ୧୦ ବର୍ଷ ହେଲା ମାଓ ସଂଗଠନରେ ସକ୍ରିୟ ଥିଲା । ସେହିପରି ଶିବୁର ଘର ଝାଡ଼ଖଣ୍ଡ ସଢେଇକଳା କୁଚାଇ ଅଞ୍ଚଳରେ। ସନ୍ଦୀପ ନାଁରେ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ୩୫ଟି ମାଓ ହମଲା ମାମଲା ଥିବା ବେଳେ ଶିବୁ ନାଁରେ ୯ ଟି ମାମଲା ଅଛି। ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ୧୧ ରାଉଣ୍ଡ ଜୀବନ୍ତ ଗୁଳି, ଦୁଇଟି ମାଗାଜିନ୍, ଦୁଇଟି ୱାକିଟକି, ଡେଟୋନେଟର ସହ ଆଇଇଡି ପ୍ରସୂତ ସାମଗ୍ରୀ ଜବତ ହୋଇଛି। ସରଣ୍ଡା ଜଙ୍ଗଲରେ ଏବେବି କମ୍ବିଂ ଅପରେସନ ଚାଲିଛି।

Leave A Reply

Your email address will not be published.