ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଆର୍‌ଏସ୍‌ରୁ କେ.କବିତା ସସ୍‌ପେଣ୍ଡ

0

ତେଲେଙ୍ଗାନା: ଝିଅ କେ. କବିତାଙ୍କୁ ବିଆରଏସରୁ ସସପେଣ୍ଡ କଲେ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ। କବିତାଙ୍କ ବାପା ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଦଳ ବିରୋଧରେ କହି ବୁଲିବା କାରଣରୁ କବିତାଙ୍କୁ ସସପେଣ୍ଡ କରାଯାଇଥିବା କହିଛନ୍ତି କେସିଆର।

କବିତା ୨୦୨୩ରେ ବିଆରଏସର ପରାଜୟ ପରେ କଂଗ୍ରେସକୁ ସମର୍ଥନ କରିବା ବିଷୟରେ କଥା ହୋଇଥିଲେ ଏବଂ ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗଗୁଡ଼ିକୁ ଖୋଲାଖୋଲି ସମାଲୋଚନା କରିଥିଲେ, ଯାହାକୁ ଚନ୍ଦ୍ରଶେଖର ରାଓ ଏବଂ ଅନ୍ୟ ନେତାମାନେ ଅନୁଶାସନହୀନତା ବୋଲି ବିବେଚନା କରିଥିଲେ। ଏ ସମ୍ପର୍କରେ ଦଳ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି।

ଦଳର ନୀତି ଓ ଆଦର୍ଶ ଉପରେ ଚାଲେଞ୍ଜ ସୃଷ୍ଟି କରୁଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛି ଦଳ। କ୍ଷମତାରୁ ବିଦା ହୋଇଥିବା ବିଆରଏସ ନାନା ସଙ୍କଟ ଦେଇ ଗତି କରୁଥିବାବେଳେ କବିତାଙ୍କୁ ସସପେଣ୍ଡ କରିବା ଘଟଣା ଦଳ ଲାଗି ଅଧିକ ଚାଲେଞ୍ଜ ସୃଷ୍ଟି କରିଛି। ବାପା କେସିଆରଙ୍କ ଭାବମୂର୍ତ୍ତିକୁ ମଳିନ କରିବା ଲାଗି କିଛି ସହକର୍ମୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିବାର ଦିନକ ପରେ ବିଆରଏସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବାପାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦଳର ବରିଷ୍ଠ ନେତା ଟି. ହରିଶ ରାଓ ଓ ପୂର୍ବତନ ସାଂସଦ ମେଘା କ୍ରିଷ୍ଣାରେଡ୍ଡୀ ଉଦ୍ୟମ କରୁଛନ୍ତି ବୋଲି କବିତା କହିବା ପରେ ତାଙ୍କୁ ସସପେଣ୍ଡ ହେବାକୁ ପଡିଛି।

୨୦୨୪ରେ ଦିଲ୍ଲୀ ମଦ ଦୁର୍ନୀତିରେ କବିତାଙ୍କ ଗିରଫଦାରୀ ମଧ୍ୟ ବିଆରଏସର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିଲା। ଯଦିଓ ତାଙ୍କୁ ଜାମିନ ମିଳିଛି, ଦଳ ସ୍ବୀକାର କରିଛି ଯେ ତାଙ୍କ ବୟାନ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଶୃଙ୍ଖଳା କମିଟିର ସୁପାରିଶରେ ବିଆରଏସ କବିତାଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.