ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

୪ କୋଟି ଟଙ୍କା ହେରଫେର୍‌ ମାମଲାରେ ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ

0

ମୟୁରଭଞ୍ଜ: ମୟୁରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ମଙ୍ଗଳବାର ଗିରଫ ହୋଇଛନ୍ତି। ୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ବେଲପାହାଡ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବେଳେ ସେ ଟଙ୍କା ହେରଫେର୍‌ କରିଥିବା ଅଭିଯୋଗ ହୋଇଥିଲା । ଅର୍ଥନୈତିକ ଅପରାଧ ଶାଖା ମଧୁସ୍ମିତାଙ୍କୁ ଗିରଫ କରିଛି।

ଝାରସୁଗୁଡା ଜିଲ୍ଲାର ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ । ଏହି ଘଟଣାରେ ପୂର୍ବରୁ ରାଜ୍ୟ ସରକାର ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରିଛନ୍ତି। ପ୍ରଥମେ ବେଲପାହାଡ଼ ପୁଲିସ ଏକ ମାମଲା ରୁଜୁ କରି ତତ୍କାଳୀନ ଆକାଉଣ୍ଟାଣ୍ଟ ବିଭୁତି ସହୁକୁ ଗିରଫ କରିଥିଲେ। ଗତ ୨୭ ତାରିଖରେ ମାମଲା ଇଓଡବ୍ଲୁ ହସ୍ତାନ୍ତର ହେବା ପରେ ୩୦ ତାରିଖରେ ମଧୁସ୍ମିତା ସିଂଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା। କେବଳ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ନୁହେଁ ବରଂ ଏବେର ନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନଙ୍କ ସମୟରେ ମଧ୍ୟ କ୍ୟାସ୍‌ବୁକ୍‌ ନଦେଖି ୨ କୋଟିରୁ ଅଧିକ ଟଙ୍କାର ପେମେଣ୍ଟ ହୋଇଥିବା ଘଟଣା ଜଣାପଡ଼ିଥିଲା।

ଏହି ଘଟଣା ପରେ ଇଓଡବ୍ଲ୍ୟୁ ପୁଣିଥରେ ଶ୍ରୀ ପ୍ରଧାନଙ୍କୁ ପଚରାଉଚରା କରିବାକୁ ଡକାଇଥିବା ସୂଚନା ମିଳିଛି। କିନ୍ତୁ ନିର୍ଦ୍ଧିଷ୍ଟ କେତେ ତାରିଖ ସୁଦ୍ଧା ହାଜର ହେବାକୁ ଶ୍ରୀ ପ୍ରଧାନଙ୍କୁ ଡକରା ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

Leave A Reply

Your email address will not be published.