ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦୁଇ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

0

ଛତିଶଗଡ଼: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲା ସିରସଟି ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ। ଯୁବକଙ୍କୁ ହାଣି ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି ଲାଲବାହିନୀ। ମୃତକମାନେ ହେଲେ ପଦାମ ପୋଜ୍ଜା ଏବଂ ପଦାମ ଦେବେନ୍ଦ୍ର। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ନକ୍ସଲ ଏବେ ନିଜର ସ୍ଥିତି ଜାହିର କରିବାକୁ ଯାଇ ପ୍ରତିଦିନ ହିଂସା ଘଟାଉଛନ୍ତି। ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରି ପୋଲିସ ସୂଚନଦାତା ବୋଲି କହିବା ସହ ହତ୍ୟା କରି ଅଞ୍ଚଳରେ ଆତଙ୍କ ଖେଳାଉଛନ୍ତି।

Leave A Reply

Your email address will not be published.