ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ସୋଆ ଫ୍ୟାକଲ୍ଟି ମନୋନୀତ

0

ଭୁବନେଶ୍ୱର, ସେପ୍ଟେମ୍ବର ୨: ଶିକ୍ଷା, ଗବେଷଣା ଓ ସାମାଜିକ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆସୋସିଏଟ୍ ପ୍ରଫେସର ଡକ୍ଟର ସ୍ୱୟଂପ୍ରଭା ଶତପଥୀଙ୍କୁ ଇଣ୍ଡିଆ ଚେଞ୍ଜ ମେକର ୨୦୨୫ ଭାବେ ମନୋନୀତ କରାଯାଇଛି।

ଭାରତର ସର୍ବ ବୃହତ ଘରୋଇ ଷ୍ଟାର୍ଟ ଅପ୍ ବିଜିନେସ୍ ଟକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚେଞ୍ଜ ମେକର ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି।
ଇଂରାଜୀ ଭାଷା, ଗଣମାଧ୍ୟମ ଓ ଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଡକ୍ଟର ଶତପଥୀଙ୍କର ଗବେଷଣା ଏବଂ ସନ୍ଦର୍ଭ ପ୍ରକାଶନ କ୍ଷେତ୍ରରେ ମଧ୍ୟ ଦକ୍ଷତା ରହିଛି।

ଶୈକ୍ଷିକ ଉତ୍କର୍ଷତା ସହିତ ମୂଲ୍ୟବୋଧ ଭିତିକ ଶିକ୍ଷା, ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ ଏବଂ ନାରୀ-ପୁରଷ କ୍ଷେତ୍ରରେ ସମାନତା ଦିଗରେ ଡକ୍ଟର ଶତପଥୀ ଅନେକ କାର୍ଯ୍ୟ କରିଛନ୍ତି। ଏହି ସମ୍ମାନ ନିମନ୍ତେ ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କର ସାହାଯ୍ୟ ଓ ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.