ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ବ୍ୟାପିଲାଣି ବାର୍ଡଫ୍ଲୁ

0

ଜଗତସିଂହପୁର: ପୁଣି ବ୍ୟାପିଲାଣି ବାର୍ଡ ଫ୍ଲୁ ! ଜଗତସିଂହପୁର ଜିଲ୍ଲା ମଖି ଅଞ୍ଚଳରେ ଦେଖିବାକୁ ମିଳିଛି କୁକୁଡ଼ା ମଡ଼କ। ଏକ ଫାର୍ମରେ ଗତକାଲି ରାତିରେ ୩୦୦ରୁ ଅଧିକ କୁକୁଡ଼ା ମରିଯାଇଛନ୍ତି। କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ଏହାକୁ ବାର୍ଡ ଫ୍ଲୁ ବୋଲି ଆଶଙ୍କା କରାଯାଉଛି। ଫାର୍ମ ମାଲିକ ଏନେଇ ପ୍ରାଣୀ ବିଭାଗ ଅଧିକାରୀଙ୍କୁ ଅବଗତ କରିଛନ୍ତି। ବିଭାଗୀୟ ଅଧିକାରୀ ଆସି ନମୁନା ସଂଗ୍ରହ କରିବା ପରେ ଜଣାପଡ଼ିବ କେଉଁ କାରଣ ପାଇଁ ଏଭଳି ପରିସ୍ଥିତି ଘଟିଲା।

ଏତେ ପରିମାଣ କୁକୁଡ଼ା ମରିବା ଫଳରେ ଚାଷୀ ଜଣକ ହତାଶ ହୋଇ ପଡିଛନ୍ତି। ପାଖାପାଖି ଏକ ଲକ୍ଷ ଟଙ୍କାର କ୍ଷତି ହୋଇଛି ବୋଲି କହିଛନ୍ତି। ଅନ୍ୟ ପଟରେ କେବଳ ମଖି ଅଞ୍ଚଳ ନୁହଁ ବିଭିନ୍ନ ସ୍ଥାନମାନଙ୍କରେ ଏମିତି କୁକୁଡ଼ା ମଡ଼କ ହେଉଥିବା କୁହାଯାଉଛି। ଏହାକୁ ବାର୍ଡ ଫ୍ଲୁ ବୋଲି ସନ୍ଦେହ କରାଯାଉଛି

Leave A Reply

Your email address will not be published.