ଭୁବନେଶ୍ବର: ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ଚଳିତ ଶିକ୍ଷାବର୍ଷରୁ ଏମବିବିଏସ୍ ପାଠ୍ୟକ୍ରମ ନିମନ୍ତେ ୫୦ଟି ସିଟ୍ ବୃଦ୍ଧି କରିବାକୁ ଜାତୀୟ ମେଡିକାଲ କମିଶନ (ଏନ୍ ଏମ୍ ସି) ଅନୁମୋଦନ କରିଛନ୍ତି। ଜାନୁଆରୀ ୨୦୨୩ରେ କଟକ – ଭୁବନେଶ୍ବର ମଧ୍ୟବର୍ତ୍ତୀ ଫୁଲନଖରା ଠାରେ ଉଦଘାଟିତ ହୋଇଥିବା ଆଇ ଏମ୍ ଏସ୍ ଆଣ୍ଡ ସମ ହସ୍ପିଟାଲ କ୍ୟାମ୍ପସ-୨ରେ ୨୦୨୪-୨୫ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ଙ୍କ ପାଇଁ ୧୫୦ଟି ସିଟ୍ ରହିଥିଲା। ବର୍ତ୍ତମାନ ୨୦୨୫-୨୬ ଶିକ୍ଷା ବର୍ଷରେ ଦ୍ୱିତୀୟ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପାଇଁ ଏହାକୁ ୨୦୦ କୁ ବୃଦ୍ଧି କରାଯାଇଛି।
ପ୍ରମୁଖ ଖବର
୨୦୨୯ ସୁଦ୍ଧା ଭାରତ-ଇଟାଲୀ ବାଣିଜ୍ୟ ୨୦ ବିଲିୟନ ୟୁରୋ ଲକ୍ଷ୍ୟ
ଭାରତର ପ୍ରଥମ ସ୍ୱଦେଶୀ ବାର୍ଡ ଫ୍ଲୁ ଟିକା ବିକଶିତ
ନଭେମ୍ବର ୧୯ରେ ଶିଳ୍ପ ସମ୍ମିଳନୀ ଉଦ୍ଘାଟନ କରିବେ ମୋଦୀ
ଜବଲପୁର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ପାର୍ସଲ ବଗିକୁ ବ୍ୟାପିଲା ନିଆଁ
ଉତ୍ତରପ୍ରଦେଶରେ ତୃତୀୟ ଥର ସରକାର ଗଠନ ନେଇ ଯୋଗୀଙ୍କ ଆଶା
ବିହାରରେ ସେନ୍କୋ ଗୋଲ୍ଡରୁ ୪୦ କୋଟିର ଅଳଙ୍କାର ଲୁଟ୍