ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

0

ଗଜପତି: ବ୍ୟବସାୟୀଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ତିନି ଜଣ ହୋମଗାର୍ଡଙ୍କ ସମେତ ସାତ ଜଣ ଗିରଫ ହୋଇଛନ୍ତି। ଏହି ଲୁଟ ଘଟଣାରେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି। ଗଜପତି ଜିଲ୍ଲାର ଗାରାବନ୍ଧାର ଟି ଉମା ରେଡ୍ଡି ନାମକ ଜଣେ ବ୍ୟବସାୟୀ ସୋମବାର ଦିନ ତାଙ୍କ ଦୁଇ ବନ୍ଧୁ ଓ ଡ୍ରାଇଭରଙ୍କ ସହ ଜୟପୁରରୁ ରାୟଗଡା ଯାଉଥିଲେ। ସେହି ସମୟରେ ରାଫାକୋଣା ଛକ ନିକଟରେ ରାଧିକା ହାଲୱା ଓରଫ ସୁନିତା ନାମକ ଜଣେ ମହିଳା ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ। ତେବେ ମହିଳା ଜଣକ ଶ୍ରମିକ ଯୋଗାଇବା ବିଷୟରେ ଆଗରୁ ଉମାଙ୍କ ସହ ଆଲୋଚନାରେ କରିଥିବା ଜଣାପଡ଼ିଛି। କିଛି ସମୟ ପରେ ସାତ ଜଣ ଲୋକ ପୋଲିସ ପୋଷାକ ପିନ୍ଧି ଏକ ବୋଲେରୋରେ ସେଠାରେ ପହଞ୍ଚି ତାଙ୍କ ରାୟଗଡା ଗସ୍ତ ବିଷୟରେ ପଚରାଉଚରା କରିଥିଲେ ଏବଂ ତାଙ୍କୁ ରାୟଗଡା ଏସ୍ପିଙ୍କୁ ଭେଟିବାକୁ କହିଥିଲେ। ଏହି ସମୟରେ ମହିଳା ଜଣକ ଉମାଙ୍କୁ ଜୋରଜବରଦସ୍ତ କରି ଗାଡ଼ି ଭିତରକୁ ଠେଲି ଦେଇଥିଲେ ଓ କିଛି ଦୂର ଯିବା ପରେ ସେ ତଳକୁ ଓହ୍ଲାଇ ପଡ଼ିଥିଲେ।

ତେବେ ଅନ୍ୟମାନେ ରେଡ୍ଡିଙ୍କୁ ଆକ୍ରମଣ କରି ତାଙ୍କଠାରୁ ୯ ଲକ୍ଷ ଟଙ୍କା ଲୁଟ କରି ତାଙ୍କୁ ରାସ୍ତା କଡ଼ରେ ଛାଡି ସେଠାରୁ ପଳାଇ ଯାଇଥିଲେ। ପରେ ବ୍ୟବସାୟୀ ଜଣକ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ କ୍ରମେ ସୁନିତା, ହୀରା ନାୟକ ଗରାଡ଼ିଆ, ସୀମାଞ୍ଚଳ ମାଝୀ ଏବଂ ମୁକେଶ ନାଗଙ୍କ ସହିତ ତିନି ଜଣ ହୋମଗାର୍ଡ – ବିଷମକଟକ ଥାନାର ଇନ୍ଦ୍ରମଣି କରକାରିଆ ଏବଂ ତମନା ପ୍ରାସ୍କା ଏବଂ ଦିଲୀପ ଗରାଡ଼ିଆଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ପୋଲିସ ଏପର୍ଯ୍ୟନ୍ତ ୨.୮୩ଲକ୍ଷ ଟଙ୍କା ନଗଦ ଜବତ କରିଥିବା ବେଳେ ଅଭିଯୁକ୍ତଙ୍କଠାରୁ ଏକ ବୋଲେରୋ ଗାଡ଼ି, ଏକ ମୋଟରସାଇକେଲ ଏବଂ ଛଅଟି ମୋବାଇଲ୍ ଫୋନ୍ ଜବତ କରିଛି। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଜାରି ଥିବାନେଇ ରିପୋର୍ଟରୁ ଜଣାପଡ଼ିଛି।

Leave A Reply

Your email address will not be published.