ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ

0

ପୁରୀ: ଖୁବ ଶୀଘ୍ର ଶ୍ରୀମନ୍ଦିର ନାଟମଣ୍ଡପରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯାଇଛି।

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ପରିଚାଳନା କମିଟି ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷା ନେଇ ୧୪ ସବ୍‌କମିଟି ଗଠନ ହୋଇଛି। ୧୪ ସବ୍‌କମିଟି ମଧ୍ୟରୁ ୪ଟି ଷ୍ଟାଚ୍ୟୁଟାରୀ ସବ୍‌କମିଟି। ଷ୍ଟାଚ୍ୟୁଟାରୀ ସବ୍‌କମିଟି -ଅର୍ଥ, ନୀତି, ରତ୍ନଭଣ୍ଡାର, ଅପିଲ୍‌ କମିଟି ଗଠନ କରାଯାଇଛି। ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ନେଇ ସବ୍‌କମିଟି ଗଠନ କରାଯାଇଛି।

ଏହି ବୈଠକରେ ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟିରେ ଅନୁମୋଦନ ମିଳିଛି। ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କମିଟିରେ ୯ ଜଣ ସଦସ୍ୟ ଅଛନ୍ତି, ସବୁ ଦିଗରୁ ଅନୁଧ୍ୟାନ କରିବେ। ସମ୍ପୃକ୍ତ ନିଯୋଗ ସହ ଭଲ ଭାବେ ଆଲୋଚନା କରିବେ। ଯେପରି ଭାବେ ମହାପ୍ରଭୁଙ୍କ ନୀତି ବିଳମ୍ବିତ ନ ହେବ ଗୁରୁତ୍ୱ ଦେବେ। ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନକୁ ଲାଗୁ କରାଯିବ। ଆବଶ୍ୟକତା ପଡିଲେ ଜିଲ୍ଲାପାଳଙ୍କ ନେତୃତ୍ୱାଧୀନ କମିଟି ସଂଶୋଧନ କରିବ। ଖୁବ୍‌ ଶୀଘ୍ର ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି। ନାଟମଣ୍ଡପରେ ବାତ୍ତାନୁକୁଳ କରିବା ପାଇଁ ଏଏସଆଇ ମଧ୍ୟ ଅନୁମୋଦ ଦେଇଛି।

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଅଣାଯିବ‌। ଏହି ମାର୍ଗଦର୍ଶିକା ଆସିବା ପରେ ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ତେବେ କେବେ ଠାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ତାହା ଏବେ କହିବା ସମ୍ଭବପର ନୁହେଁ। ଏନେଇ ଗଠନ ହୋଇଥିବା ସ୍ବତନ୍ତ୍ର କମିଟର ରିପୋର୍ଟ ଆସିବା ପରେ କେବେ ଠାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ ତାହା କହିବା ସମ୍ଭବ ହେବ।

Leave A Reply

Your email address will not be published.