ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଡେରାଡୁନ୍‌ରେ ବାଦଲଫଟା ବର୍ଷା: ନଦୀରେ ଭାସିଯାଇ ୮ ଶ୍ରମିକ ମୃତ

0

ଡେରାଡୁନ୍‌: ଡେରାଡୁନ୍‌ରେ ପୁଣି ବାଦଲଫଟା ବର୍ଷା। ଡେରାଡୁନରେ ବାଦଲଫଟା ବର୍ଷା ସବୁକିଛି ଛାରଖାର କରିଦେଇଛି। ମଙ୍ଗଳବାର ବାଦଲଫାଟିବା ଯୋଗୁଁ ବନ୍ୟା ଆସିଛି। ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ରାସ୍ତା, ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ବାଟ ଭାଙ୍ଗି ନଦୀ ରାସ୍ତା ଆଡକୁ ମାଡି ଆସିବା ସହ ଅନେକ ଅଞ୍ଚଳରେ ସବୁକିଛି ଧୋଇନେଇଛି ବନ୍ୟା। ଏଥିସହ ନଦୀରେ ଭାସିଯାଇ ୮ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ଡେରାଡୁନର ପ୍ରେମନଗରରେ ଅନେକ ଶ୍ରମିକ ଟୋନ୍ସ ନଦୀରେ ଭାସିଯାଇଛନ୍ତି। ପ୍ରବଳ ବର୍ଷା କାରଣରୁ ଟ୍ରୋନ୍ସ ନଦୀରେ ଫସି ଯାଇଥିଲେ କିଛି ଶ୍ରମିକ। ପରେ ପ୍ରଖର ସୁଅରେ ଭାସି ଯାଇଥିଲେ। ଏନଡିଆରଏଫ ଓ ସ୍ଥାନୀୟ ପୋଲିସ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ ମୃତଦେହ ଉଦ୍ଧାର କରାଯାଇଛି । ଯେଉଁଥିରେ ୪ ଜଣ ପୁରୁଷ ଓ ୪ ଜଣ ମହିଳା ଅଟନ୍ତି।
ବାଦଲଫଟା ବର୍ଷା ଯୋଗୁଁ ଅନେକ ଲୋକ ନିଖୋଜ ଅଛନ୍ତି। ନଦୀରେ ଫସିଥିବା ତିନିଜଣଙ୍କୁ ଏସଡିଆରଏଫ ଟିମ୍‌ ଉଦ୍ଧାର କରିଛନ୍ତି। ଏଥିସହ ଗାଡ଼ିମଟର ମଧ୍ୟ ଫସି ରହିଛି। ଡେରାଡୁନର ପ୍ରାଚୀନ ତପକେଶ୍ୱର ମହାଦେବ ମନ୍ଦିର ନିକଟରେ ବଡ଼ ବନ୍ୟା ଆସିଛି। ସନ୍ତୋଷୀ ମନ୍ଦିରରୁ ତପକେଶ୍ୱରକୁ ସଂଯୋଗ କରୁଥିବା ସେତୁ ଭାସିଯାଇଥିବା ଦେଖିବାକୁ ମିଳିଛି। କେଭି ବୀରପୁର ଓ ସେନା କ୍ଷେତ୍ରର ପଛ ଭାଗ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ ହୋଇଛି। ଉତ୍ତରାଞ୍ଚଳ ବିଶ୍ୱବିଦ୍ୟାଳୟ ନିକଟ ପୋଲ ରାସ୍ତା ଧୋଇଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏନଡିଆରଏଫ୍ ଓ ଏସ୍‌ଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଭାବିତ ଅଞ୍ଚଳରେ ଦଳଗୁଡ଼ିକ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୩୦୦ରୁ ୪୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, “ଗତକାଲି ବିଳମ୍ବିତ ରାତିରେ ଡେରାଡୁନର ସହସ୍ତ୍ରଧାରରେ ପ୍ରବଳ ବର୍ଷା ଯୋଗୁଁ କିଛି ଦୋକାନ କ୍ଷତିଗ୍ରସ୍ତ ହେବା ବିଷୟରେ ଦୁଃଖଦ ଖବର ଆସିଛି। ଜିଲ୍ଲା ପ୍ରଶାସନ, SDRF ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେ କହିଛନ୍ତି, “ମୁଁ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛି। ସମସ୍ତଙ୍କ ସୁରକ୍ଷା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।”

Leave A Reply

Your email address will not be published.