ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ବାମରା ତହସିଲଦାର୍‌ ଅଶ୍ୱିନୀ ପଣ୍ଡାଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

0

ସମ୍ବଲପୁର: ବାମରା ତହସିଲଦାର୍‌ ଅଶ୍ୱିନୀ ପଣ୍ଡାଙ୍କୁ ମଙ୍ଗଳବାର ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ସେ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗତ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡି ବସିଥିଲା।

ଲାଞ୍ଚ ନେଇ ଗିରଫ ହୋଇଥିବା ୨୦୧୯ ବ୍ୟାଚ୍‌ର ଓଏଏସ୍ ଟପ୍ପର ତଥା ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ସରକାର। ଏନେଇ ସୋମବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏକ ଚାଷ ଜମିର ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ସେ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଅଶ୍ୱିନୀଙ୍କ ପାଇଁ ଲାଞ୍ଚ ନେବା ବେଳେ ତାଙ୍କ ଅଫିସ୍‌ ଡ୍ରାଇଭର ପି.ପ୍ରବୀନ କୁମାରଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା ।ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ପଣ୍ଡାଙ୍କ ଘରେ ଖାନତଲାସୀ କରାଯାଇଥିଲା। ସେତେବେଳେ ଭିଜିଲାନ୍ସକୁ ମିଳିଥିଲା ନଗଦ ୪.୭ ଲକ୍ଷ ଟଙ୍କା।

Leave A Reply

Your email address will not be published.