ପ୍ରମୁଖ ଖବର

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ରେ ଜଳିଲା କାର୍ତ୍ତିଗାଇ ଦୀପମ୍
ମହିଳା ସଂରକ୍ଷଣକୁ ମାୟାବତୀଙ୍କ ସମର୍ଥନ, ଏସ୍‌ସି-ଏସ୍‌ଟି ମହିଳାଙ୍କ ପାଇଁ ସ୍ୱତନ୍ତ୍ର କୋଟା ଦାବି
ଇଟାଲୀରେ ବୁର୍ଖା, ନକାବ ପିନ୍ଧିବା ଉପରେ ରୋକ୍
ଆଫଗାନିସ୍ତାନରେ ସ୍କୁଲରେ ବିସ୍ଫୋରଣ, ୭ ମୃତ; ୯୭ ଆହତ
ଉତ୍ତରାଖଣ୍ଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ
ମହିଳା ସଂରକ୍ଷଣ ଲାଗୁ କରିବାକୁ ସରକାର ପ୍ରତିବଦ୍ଧ: ମୋଦି
ବିସଲେରି ପାଣିର ମାନ ନେଇ ପ୍ରଶ୍ନ, କମ୍ପାନୀ ବିରୋଧରେ ମାମଲା
ସୀମା ନିର୍ଦ୍ଧାରଣ ବିଲ୍‌କୁ ଡିଏମକେର ସମର୍ଥନ

ଜିଏସଟି ଲାଗୁ ପରେ କମିଲା ମଦର ଡେରୀର ସମସ୍ତ ଉତ୍ପାଦ

0

ନ୍ୟୁଜ୍ ବ୍ୟୁରୋ: ଜିଏସଟି ଲାଗୁ ପରେ ନୂଆ ଦର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବାକୁ ଯାଉଛି। ଜିଏସଟିର ନୂଆ ଦର ଲାଗୁ ହେବା ପୂର୍ବରୁ ମଦର୍‌ ଡେରୀ କ୍ଷୀର, ଘିଅ, ପନୀର, ଚିଜ୍‌ ଆଦିର ଦାମ୍‌ ହ୍ରାସ କରି ନୂଆ ତାଲିକା ସାମ୍ନାକୁ ଆଣିଛି। ସରକାରଙ୍କ ଜିଏସଟି ହ୍ରାସ ଓ ଅତ୍ୟାବଶ୍ୟକ ଜିନିଷ ଉପରୁ ଟିକସ ଉଠାଇବା ନିଷ୍ପତ୍ତି ପରେ ମଦର ଡେରୀର ସମସ୍ତ ଉତ୍ପାଦ ଏବେ ଶୂନ୍ୟ କିମ୍ବା ୫% ଟିକସ ବର୍ଗରେ ଅଛି।

ନୂତନ ଜିଏସଟି ହାର ଘୋଷଣା ପରେ, ମଦର ଡେରୀ ପ୍ରତ୍ୟେକ ଜିନିଷର ମୂଲ୍ୟ ୨ ରୁ ୩ ଟଙ୍କା ହ୍ରାସ କରି ଗ୍ରାହକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି, କାରଣ ପ୍ରତ୍ୟେକ ଘରେ ବ୍ୟବହୃତ ହେଉଥିବା ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଏବେ ୫ ପ୍ରତିଶତ ଜିଏସଟି ପରିସରକୁ ଆସିଛି।
ପନୀର, ମାଖନ, ଚିଜ, ଘିଅ, ମିଲ୍କସେକ ଓ ଆଇସକ୍ରିମର ମୂଲ୍ୟ ହ୍ରାସ ପାଇଛି। ଉଦାହରଣ ସ୍ୱରୂପ, ୫୦୦ ଗ୍ରାମ ମାଖନର ମୂଲ୍ୟ ୩୦୫ ଟଙ୍କାରୁ ୨୮୫ ଟଙ୍କାକୁ ଓ ବଟରସ୍କଚ କୋନ ଆଇସକ୍ରିମ ୩୫ ଟଙ୍କାରୁ ୩୦ ଟଙ୍କାକୁ ହ୍ରାସ ପାଇଛି। ତେବେ, ନିୟମିତ ପାଉଚ କ୍ଷୀର ମୂଲ୍ୟ ଅପରିବର୍ତ୍ତିତ ରହିବ, କାରଣ ଏହା ପୂର୍ବରୁ ଜିଏସଟି ମୁକ୍ତ।

କେବଳ ୟୁଏଚଟି କ୍ଷୀର ମୂଲ୍ୟ ହ୍ରାସ ପାଇଛି; ଏକ ଲିଟର ଟୋନ୍‌ଡ ଟେଟ୍ରା ପ୍ୟାକ କିର ୭୭ ଟଙ୍କାରୁ ୭୫ ଟଙ୍କାକୁ ହ୍ରାସ ପାଇଛି। ମଦର ଡେୟାରୀର ମ୍ୟାନେଜିଂ ଡାଇରେକ୍ଟର ମନୀଷ ବାନ୍ଦଲିଶ କହିଛନ୍ତି, “ଆମେ ଟିକସ ଲାଭର ୧୦୦% ଗ୍ରାହକଙ୍କୁ ହସ୍ତାନ୍ତର କରୁଛୁ।” ଅନ୍ୟ ଏଫଏମସିଜି କମ୍ପାନୀମାନେ ମଦର ଡେୟାରୀର ପଦାଙ୍କ ଅନୁସରଣ କରିବେ କି ନାହିଁ, ତାହା ଦେଖିବାକୁ ବାକି ରହିଛି।

Leave A Reply

Your email address will not be published.