ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ୭୫୦୦୦ ଚାରା ରୋପଣ
ଭୁବନେଶ୍ୱର, ୧୭/୦୯/୨୦୨୫: ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ୭୫୦୦୦ରୁ ଅଧିକ ଚାରା ରୋପଣ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକ ପେଡ୍ ମା’ କେ ନାମ୍ – ୨.୦ ଅଭିଯାନରେ ସାମିଲ ହେବା ସହ କୁରୁକ୍ଷେତ୍ରର ମାନ୍ୟବର ସାଂସଦ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ମାର୍ଗଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଫାଉଣ୍ଡେସନ ପକ୍ଷରୁ କେବଳ ଓଡ଼ିଶାରେ ୫୫୦୦୦ ଚାରା ରୋପଣ କରାଯାଇଛି।
ଫାଉଣ୍ଡେସନ ପକ୍ଷରୁ ଜିନ୍ଦଲ ଷ୍ଟିଲର ପ୍ରମୁଖ କାର୍ଯ୍ୟସ୍ଥଳ ଅନୁଗୁଳ, ବଡବିଲ, ଟେନସା, କାଶିଆର ପାରିପାର୍ଶ୍ୱିକ ଅଞ୍ଚଳରେ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ହଜାରରୁ ଅଧିକ କର୍ମଚାରୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ, କୃଷକ କ୍ଲବ, କୃଷକ ଉତ୍ପାଦକ ସଂସ୍ଥା, ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ। ଏହି ଅଭିଯାନରେ ବରିଷ୍ଠ ସରକାରୀ ଅଧିକାରୀ, ଗୋଷ୍ଠୀ ସଦସ୍ୟ, ଶିକ୍ଷକ, ପ୍ରକୃତିପ୍ରେମୀ, ସ୍ଥାନୀୟ ଲୋକପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ। ଏହି ବୃକ୍ଷରୋପଣ ଅଭିଯାନରେ ଅଧିକାଂଶ ଫଳ ଓ ଔଷଧୀୟ ଚାରା ହୋଇଥିବାରୁ ଏହାର ସୁଦୂରପ୍ରସାରୀ ପରିବେଶ, ସ୍ୱାସ୍ଥ୍ୟ ଓ ପୋଷଣ ଲାଭ ସ୍ଥାନୀୟ ଅଧିବାସୀଙ୍କୁ ମିଳିବ।
ଅନୁଗୁଳରେ ଅନୁଷ୍ଠିତ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ୪୩୦୦୦ ଚାରା ରୋପଣ କରାଯାଇଥିଲା । ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ତହସିଲଦାର ଶ୍ରୀ ସୁଶାନ୍ତ ମିଶ୍ର ପ୍ରମୁଖ ବେଣାଗଡ଼ିଆ ଓ ଦେରଜାଙ୍ଗ ଗ୍ରାମରେ ବୃକ୍ଷରୋପଣ କରିଥିଲେ। ଏଠାରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସବୁଜିମା ଅଭିଯାନ ଅଧୀନରେ ୨୦ଏକର ଜମିରେ କାର୍ଯ୍ୟକ୍ରମ ଜାରି ରହିଛି। ଜିନ୍ଦଲ ଷ୍ଟିଲର ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ପଙ୍କଜ କୁମାର ମହ୍ଲାନ, ପ୍ରେସିଡେଣ୍ଟ ଏବଂ ଗ୍ରୁପ୍ ହେଡ୍-ସିଏସଆର ଶ୍ରୀ ପ୍ରଶାନ୍ତ ହୋତା, ଇଭିପି ଶ୍ରୀ ଆଶିଷ ପାଣ୍ଡେ, ଇଭିପି ଶ୍ରୀ ପ୍ରସନ୍ନ ପଣ୍ଡା ଓ ଭାଇସ ପ୍ରେସିଡେଣ୍ଡ ଶ୍ରୀ ଏସ. କେ ଶର୍ମାଙ୍କ ସମେତ ସିଡିଏଓ ଶ୍ରୀ ଉମାଶଙ୍କର ମିଶ୍ର, ନାବାର୍ଡର ଡିଡିଏମ ଶ୍ରୀ ଆଶୁତୋଷ ରଏ, କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଦେବାଶିଷ ମିଶ୍ର ଓ ସ୍ଥାନୀୟ ନିର୍ବାଚିତ ଲୋକପ୍ରତିନିଧି ମଧ୍ୟ ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଥିଲେ । ଏଠାରେ ୪୩୦୦୦ ଚାରା ରୋପଣ କରାଯାଇଥିଲା।
ସରପଞ୍ଚ ଶ୍ରୀ ଅନୀଲ ପ୍ରଧାନ, ଟୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦିଲୀପ ପ୍ରଧାନ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ବିଜୟ ମାଝୀ ଓ ସାମାଜିକ କର୍ମୀ ଶ୍ରୀ କୁମୁଦ ସାହୁ, ଶ୍ରୀ ସୌରଭ ବେହେରା, ଶ୍ରୀ କୁମାର ବେହେରା ସ୍ଥାନୀୟ ଅଧିବାସୀଙ୍କୁ ଉତ୍ସାହିତ କରିବା ସହ ଏହି ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ସେହିପରି ବଡ଼ବିଲ, ଟେନସା, କାଶିଆ ପାରିପାର୍ଶ୍ୱିକ ଅଞ୍ଚଳରେ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଅଧିବାସୀଙ୍କୁ ସାମିଲ କରାଯାଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଞ୍ଚଳଗୁଡ଼ିକରେ ୧୨୦୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା। କ୍ଳଷ୍ଟର ମୁଖ୍ୟ (ବିକେଟିଆର) ଶ୍ରୀ ପ୍ରମୋଦ କୁମାର ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡ଼ବିଲ ପେଲେଟ ପ୍ଲାଣ୍ଟ ୟୁନିଟ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମ ଡି, ଟେନସା ୟୁନିଟ ହେଡ୍ ଶ୍ରୀ ଆରଏସ ରଘୁବଂଶୀଙ୍କ ସମେତ ବରିଷ୍ଠ ଅଧିକାରୀ, ନିର୍ବାଚିତ ଲୋକପ୍ରତିନିଧି ଓ ସ୍ଥାନୀୟ ଅଧିବାସୀ ସାମିଲ ହୋଇଥିଲେ।
ଏହି ଅବସରରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ ଏକ ପେଡ୍ ମା କେ ନାମ୍ ଅଭିଯାନରେ ସାମିଲ ହୋଇ ଆମେ ବହୁତ ଖୁସି । ଏହା ଅତି ସୁନ୍ଦର ଭାବେ ପରିବେଶ ପ୍ରତି ଦାୟିତ୍ୱବୋଧତା ସହ ଜଣଙ୍କର ମାଆଙ୍କ ପ୍ରତି ପବିତ୍ର ଭାବଗତ ସମ୍ପର୍କକୁ ଯୋଡ଼ିପାରୁଛି । ମାଆଙ୍କ ନାମରେ ବୃକ୍ଷରୋପଣ କେବଳ ପ୍ରତୀକାତ୍ମକ ନୁହେଁ, ବରଂ ପ୍ରକୃତି ଏବଂ ମୂଲ୍ୟବୋଧକୁ ବଞ୍ଚାଇ ରଖିବା ପାଇଁ ଏକ ନିଷ୍ଠାପୂର୍ଣ୍ଣ ପଦକ୍ଷେପ । ଆମର ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ପ୍ରତି ଆମର ଗଭୀର ସମ୍ମାନ ଓ ଏବଂ ଏକ ଚିର ସ୍ଥିର ଭବିଷ୍ୟତ ନିର୍ମାଣର ପ୍ରତିବଦ୍ଧତା।”
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜିନ୍ଦଲ ଷ୍ଟିଲର ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ପଙ୍କଜ ମହ୍ଲାନ କହିଛନ୍ତି, “ପରିବେଶୀୟ ସ୍ଥିରତା ଆମ ପରିଚାଳାର ଅଭିନ୍ନ ଅଂଶ । ଏହି ଅଭିଯାନ ଆମକୁ ସ୍ଥାନୀୟ ଲୋକଙ୍କ ସହ ଅର୍ଥପୂର୍ଣ୍ଣ ଭାବେ ଯୋଡ଼ିହେବା ସୁଯୋଗ ଦେଇଛି, ଯାହା ଆମର ପରିବେଶର ଉନ୍ନତି ପାଇଁ ଆମ ନିଷ୍ଠାକୁ ସୁଦୃଢ଼ କରୁଛି।”
ଜିନ୍ଦଲ ଷ୍ଟିଲ ପ୍ରେସିଡେଣ୍ଟ ଓ ଗ୍ରୁପ ହେଡ୍ (ସିଏସଆର) ଶ୍ରୀ ପ୍ରଶାନ୍ତ ହୋତା କହିଛନ୍ତି, “ଏଠାରେ ଆମେ କେବଳ ଗଛ ଲଗାଉନାହୁଁ, ବରଂ ଆମେ ପରିବେଶର ଯତ୍ନ ନେଉଛୁ। ପ୍ରତ୍ୟକ ଚାରାକୁ ଆମେ ଧ୍ୟାନ ଦେଉଛୁ। ଏହାର ଯତ୍ନ ନେବା ସହ ଏହାର ସୁଦୂର ସୁପ୍ରଭାବକୁ ସୁନିଶ୍ଚିତ କରୁଛୁ। ଏହା ଆମର ସେହି ମାଟି ପ୍ରତି ପ୍ରତିଦାନ ଯିଏ ଆମକୁ ବଞ୍ଚାଇ ରଖିଛି।”
ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ସମସ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମୁଦାୟ ଆଧାରିତ। ଏବଂ ଚାରାର ଯତ୍ନ ନେବା ସହ ଶତ ପ୍ରତିଶତ ଏଗୁଡ଼ିକ କିପରି ବଞ୍ଚି ରହିବେ ସେଥିପାଇଁ ବିଭିନ୍ନ ସାମୁଦାୟିକ ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯାଇଥାଏ।
ଦେରଜାଙ୍ଗରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମହାନ୍ତି ଯୋଗ ଦେଇ ଜିନ୍ଦଲ ଷ୍ଟିଲର ସାମାଜିକ ଅଭିଯାନକୁ ପ୍ରଶଂସା କରିଥିଲେ। କମ୍ପାନିର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ଅତି ଅର୍ଥପୂର୍ଣ୍ଣ ଭାବେ ସରକାର ଓ ଜିଲ୍ଲା ପ୍ରଶାସନ ସହ ଯୋଡ଼ି ହୋଇ ସ୍ଥାନୀୟ ସମୁଦାୟର ଜୀବନଧାରାରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସମାଜ ଓ ସ୍ଥାନୀୟ ସମୁଦାୟ ପ୍ରତି ପ୍ରତିଶ୍ରୁତିବଦ୍ଧତାର ସ୍ୱାକ୍ଷର ବୋଲି ସେ କହିଥିଲେ।
ପରିବେଶ ସ୍ଥିରତା, ବିଶେଷ କରି ଜିନ୍ଦଲ ଷ୍ଟିଲ ପରିଚାଳନା ଅଞ୍ଚଳରେ ଏହାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଜିନ୍ଦଲ ଫାଉଣ୍ଡେସନ ବର୍ଷ ବର୍ଷ ଧରି କାର୍ଯ୍ୟ କରିଆସୁଛି। ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ସମୁଦାୟଙ୍କୁ ସାମିଲ କରି ବୃକ୍ଷରୋପଣ, ଜଳ ସଂରକ୍ଷଣ, ସମନ୍ୱିତ ଜଳଛାୟା ଉନ୍ନୟନ, ଉଦ୍ୟାନ କୃଷି, ଜଳ ଅମଳ ଓ କାର୍ବନ ଶୋଷଣ ପ୍ରକଳ୍ପ କାର୍ଯ୍ୟକ୍ରମ କରାଯାଉଛି। ଏହା ସହିତ ଫାଉଣ୍ଡେସନ ପକ୍ଷରୁ ସ୍କୁଲରେ ପରିବେଶ କ୍ଲବକୁ ସହାୟତା, ପରିବେଶ ଶିକ୍ଷା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପରିବେଶ ଅନୁକୁଳ ଆଜିବୀକା ତାଲିମ ପ୍ରଦାନ କରାଯାଉଛି।