ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଏସଆଇ ପରୀକ୍ଷା ଜାଲିଆତି; ଆଉ ଜଣେ ଅଭିଯୁକ୍ତ ଗିରଫ

0

ଚାନ୍ଦିପୁର: ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ହେଲେ ସଦର ବ୍ଲକ ଚାନ୍ଦିପୁର ଥାନା ତପସ୍ବୀ ଗ୍ରାମର ଯୁବକ ଚନ୍ଦନ ମଲ୍ଲିକ। ସେ ଜଣେ ଯୁବନେତା ଓ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ସୂଚନା ରହିଛି। ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି କ୍ରାଇମବ୍ରାଞ୍ଚର ଏକ ଟିମ୍‌ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

ସେପଟେ, ରାକେଟର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ଥିବାବେଳେ ତାଙ୍କର ସବୁ ଲିଙ୍କ୍‌ ଓ କେଳେଙ୍କାରୀର ପର୍ଦ୍ଦାଫାଶ କରିବାକୁ କ୍ରାଇମବ୍ରାଞ୍ଚ ଛାନଭିନ୍‌ ଚଳାଇଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ରବିବାର ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ନାବରା ଗ୍ରାମର ଅରବିନ୍ଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅରବିନ୍ଦ ମାଷ୍ଟରମାଇଣ୍ଡ ଶଙ୍କରଙ୍କର ସହଯୋଗୀ ତଥା ପଞ୍ଚମ ମଧ୍ୟସ୍ଥ ବୋଲି ଜଣାପଡିଛି।

Leave A Reply

Your email address will not be published.