ପ୍ରମୁଖ ଖବର

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌
୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ
ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଟ୍ରାଫିକ୍ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ଏସଆଇ ପରୀକ୍ଷା ଜାଲିଆତି; ଆଉ ଜଣେ ଅଭିଯୁକ୍ତ ଗିରଫ

0

ଚାନ୍ଦିପୁର: ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ହେଲେ ସଦର ବ୍ଲକ ଚାନ୍ଦିପୁର ଥାନା ତପସ୍ବୀ ଗ୍ରାମର ଯୁବକ ଚନ୍ଦନ ମଲ୍ଲିକ। ସେ ଜଣେ ଯୁବନେତା ଓ ସମାଜସେବୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ସୂଚନା ରହିଛି। ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରି କ୍ରାଇମବ୍ରାଞ୍ଚର ଏକ ଟିମ୍‌ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

ସେପଟେ, ରାକେଟର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ଥିବାବେଳେ ତାଙ୍କର ସବୁ ଲିଙ୍କ୍‌ ଓ କେଳେଙ୍କାରୀର ପର୍ଦ୍ଦାଫାଶ କରିବାକୁ କ୍ରାଇମବ୍ରାଞ୍ଚ ଛାନଭିନ୍‌ ଚଳାଇଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ରବିବାର ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ନାବରା ଗ୍ରାମର ଅରବିନ୍ଦ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅରବିନ୍ଦ ମାଷ୍ଟରମାଇଣ୍ଡ ଶଙ୍କରଙ୍କର ସହଯୋଗୀ ତଥା ପଞ୍ଚମ ମଧ୍ୟସ୍ଥ ବୋଲି ଜଣାପଡିଛି।

Leave A Reply

Your email address will not be published.