ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ନଭେମ୍ବର ୬ ଓ ୧୧ରେ ହେବ ବିହାର ନିର୍ବାଚନ, ୧୪ରେ ଫଳାଫଳ

0

ବିହାର: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଆସନ୍ତା ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ୧୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ୨୪୩ ବିଧାନସଭା ଆସନ ପାଇଁ ଭୋଟ୍ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।
ଚଳିତ ନିର୍ବାଚନରେ ମୋଟ ୭ କୋଟି ୪୨ ଲକ୍ଷ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ ପୁରୁଷ ମତଦାତାଙ୍କ ସଂଖ୍ୟା ୩ କୋଟି ୯୨ ଲକ୍ଷ ଏବଂ ମହିଳା ମତଦାତାଙ୍କ ସଂଖ୍ୟା ୩ କୋଟି ୫୦ ଲକ୍ଷ। ନିର୍ବାଚନ ପାଇଁ ୯୦ ହଜାର ୭୧୨ ମତଦାନ କେନ୍ଦ୍ର ହୋଇଛି। ୧୪ ଲକ୍ଷ ଭୋଟର ପ୍ରଥମ ଥର ଲାଗି ମତଦାନ କରିବେ। ୧୪ ହଜାର ଶତାୟୁ ଭୋଟର ରହିଛନ୍ତି। “ପ୍ରଥମ ଥର ପାଇଁ, ୧୦୦% ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ କାର୍ଯ୍ୟକାରୀ କରାଯାଉଛି। ସମସ୍ତ ମତଦାନ କେନ୍ଦ୍ରରେ ମୋବାଇଲ୍ ଫୋନ୍ ଜମା ସୁବିଧା ଉପଲବ୍ଧ ହେବ।
ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଅନେକ ନୂତନ ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି, ଏବଂ ଭବିଷ୍ୟତରେ ଏହା ସାରା ଦେଶରେ ପ୍ରଚଳିତ ହେବ। ଭୋଟର ତାଲିକା ଶୁଦ୍ଧିକରଣ ଦେଶବ୍ୟାପୀ କରାଯିବ। ଏହି ୧୭ ଟି ପଦକ୍ଷେପରେ ଭୋଟର ପଞ୍ଜିକରଣର ୧୫ ଦିନ ମଧ୍ୟରେ ଭୋଟର ପରିଚୟପତ୍ର ପାଇବାକୁ ସୁନିଶ୍ଚିତ କରିବା ପାଇଁ ଏକ ନୂତନ ମାନକ କାର୍ଯ୍ୟ ପ୍ରକ୍ରିୟା ଅନ୍ତର୍ଭୁକ୍ତ।

Leave A Reply

Your email address will not be published.