ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ୟୁନିଟ୍‌-୧ ପରିବା ମାର୍କେଟ୍‌ରେ ନିଆଁ

0

ଭୁବନେଶ୍ଵର: ଭୁବନେଶ୍ଵର ୟୁନିଟ୍-୧ ପରିବା ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହାଟରେ ଥିବା ଅନେକ ଦୋକାନ, ପରିବା ଗୋଦାମରେ ଲାଗିଛି ନିଆଁ । ନିଆଁ ଲାଗି ଜଳିଯାଇଛି ୧୫ରୁ ୨୦ଟି ଦୋକାନ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଂଚି ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି। ତେବେ ନିଆଁ କିପରି ଲାଗିଲା ଏଯାଏଁ କାରଣ ଜଣାପଡିନାହିଁ।

ନିଆଁ ଲାଗିବାରୁ ପୁରା ପରିବା ମାର୍କେଟ୍ ଧୂଆଁମୟ ହୋଇପଡିଛି। ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ। ନିଆଁ ଏତେ ଭୟାନକ ବେଗରେ ମାଡୁଛି ଯେ,ଏଥିପାଇଁ ୧୧ଟି ଅଗ୍ନିଶମ ଗାଡି ନିଆଁକୁ ଆୟତ କରିବାରେ ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କାର ପରିବା ନଷ୍ଟ ହୋଇଯାଇଛି। ସେପଟେ ଅଗ୍ନିକାଣ୍ଡ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ୍‌ ଉପସ୍ଥିତିରେ ଗୋଡାଇ ଗୋଡାଇ ପିଟିବା ଏବଂ ଚେୟାର ଉଠାଇ ଆକ୍ରମଣ କରିବାର ଦୃଶ୍ୟ ସାମ୍ନାକୁ ଆସିଛି। ଦୋକାନୀ ଦୋକାନୀ ମଧ୍ୟରେ ବିବାଦରୁ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ; ୟୁନିଟ -୧ ମାର୍କେଟ ପଛପାର୍ଶ୍ଵରେ ଶତାଧିକ ପରିବା ଗୋଦାମ ଓ ଦୋକାନ ରହିଛି। ଆଜି ଅପରାହ୍ନ ୨ ଟା ବେଳେ ରାଜଧାନୀ ହାଟ କଞ୍ଚା ପରିବା ମହାଜନ ସଂଘ ନିକଟ ହୃଷିକେଶ ଓଝାଙ୍କ ପରିବା ଗୋଦାମରେ ପ୍ରଥମେ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ଅନ୍ୟ ପରିବା ଦୋକାନକୁ ବ୍ୟାପିଥିଲା। ଏହା ଖବର ପାଇ ସଙ୍ଗେ ସଙ୍ଗେ କଳ୍ପନା, ସେକ୍ରେଟାରୀଏଟ ଓ ଚନ୍ଦ୍ରଶେଖରପୁର ଦମକଳ କେନ୍ଦ୍ର ଓ ବରମୁଣ୍ଡା ଓଫଡ୍ରାରୁ ୧୧ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ କେଉଁ କାରଣ ଯୋଗୁଁ ନିଆଁ ଲାଗିଲା ତାହା ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଡ଼ିଆଇଜି।

Leave A Reply

Your email address will not be published.