ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଦିଲ୍ଲୀରେ ଏନକାଉଣ୍ଟର: ୪ଗ୍ୟାଙ୍ଗଷ୍ଟାର ନିହତ

0

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ବଡ଼ ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ବିହାରର ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ତଥା ସିଗମା ଗ୍ୟାଙ୍ଗର ୪ଜଣ ଅପରାଧୀ ନିହତ ହୋଇଛନ୍ତି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ବିହାର ପୁଲିସ ରୋହିଣୀରେ ୪ଜଣ ଗ୍ୟାଙ୍ଗଷ୍ଟାରଙ୍କୁ ଏନକାଉଣ୍ଟର କରିଛନ୍ତି। ଦୀର୍ଘ ଦିନ ହେବ ପୁଲିସ ଟାର୍ଗେଟରେ ଏମାନେ ସବୁ ରହିଥିଲେ।

ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସ ମିଳିତ ଭାବେ ଅପରେଶନକୁ ସଫଳ କରିଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ସୋସିଆଲ ମିଡିଆ Xରେ ଏନ୍‌କାଉଣ୍ଟରର ଏକ ଭିଜୁଆଲ ଜାରି କରାଯାଇଛି। ବିଳମ୍ବିତ ରାତିରେ ୪ଜଣ ଅଭିଯୁକ୍ତ ଏବଂ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଏବଂ ବିହାର ପୋଲିସ ଟିମ୍‌ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଅଭିଯୁକ୍ତମାନେ ପୋଲିସ ଉପରକୁ ଫାୟାରିଂ ବେଳେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ପୋଲିସ ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ଫଳରେ ପୋଲିସ ଗୁଳିରେ ୪ ଜଣ ଅପରାଧୀଙ୍କ ମୃତ୍ୟୁ ଘଟିଛି।

ଦିଲ୍ଲୀ ପୁଲିସ କହିଛି ଯେ, ରଞ୍ଜନ ପାଠକ, ବିମଲେଶ ମେହତା, ମନୀଷ ପାଠକ ଏବଂ ଅମନ ଠାକୁର ନିହତ ହୋଇଛନ୍ତି। ରଞ୍ଜନ ପାଠକ, ବିମଲେଶ ମହତୋ ଏବଂ ମନୀଷ ପାଠକ ବିହାରର ସୀତାମାଢିର ବାସିନ୍ଦା ଥିଲେ ଏବଂ ଅମନ ଠାକୁର ଦିଲ୍ଲୀର କରାୱାଲ ନଗରର ବାସିନ୍ଦା ବୋଲି ଜଣାପଡିଛି।

Leave A Reply

Your email address will not be published.