ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଇଣ୍ଡି ମେଣ୍ଟରେ ହେଲା ବୁଝାମଣା, ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

0

ବିହାର: ଶେଷରେ ସବୁ ବାଦବିବାଦରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ମହାଗଠବନ୍ଧନ ଆସନ ବଣ୍ଟନ ଏବଂ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବିବାଦରେ ପଡ଼ିଥିବା ବେଳେ, ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ, ମହାଗଠବନ୍ଧନର ସମସ୍ତ ସମସ୍ୟା ସମାଧାନ ହୋଇଛି। ବିହାର ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ତେଜସ୍ବୀ ଯାଦବ। ମହାଗଠବନ୍ଧନ ପକ୍ଷରୁ ତେଜସ୍ବୀଙ୍କ ନାଁ ଘୋଷଣା କରାଯାଇଛି। କଂଗ୍ରେସ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଜି ପାଟନାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ମହାଗଠବନ୍ଧନର ସମସ୍ତ ସାତଟି ସାଂଗଠନିକ ଦଳର ନେତା ଏବଂ ବରିଷ୍ଠ ନେତାମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଅଶୋକ ଗେହଲଟ୍‌ କହିଛନ୍ତି ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସମର୍ଥନ କରିବୁ। ଭିଆଇପି ମୁଖ୍ୟ ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି।

ସୂଚନା ଯୋଗ୍ୟ; ଆଜି ବିହାର ରାଜଧାନୀ ପାଟନାରେ ମହାମେଣ୍ଟର ବୈଠକ ବସିଥିଲା। ଏଥିରେ ସମସ୍ତଙ୍କ ସହମତିରେ ତେଜସ୍ଵୀ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇଛି। ଏହି ବୈଠକରେ ତେଜସ୍ବୀ ଯାଦବ, ସିପିଆଇ ଏମଏଲ ର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଭିଆଇପିର ମୁକେଶ ସହାନି, ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।ମହାମେଣ୍ଟ ପକ୍ଷରୁ ୨୫୨ ସିଟରେ ପ୍ରାର୍ଥୀ ଦିଆଯାଇଛି। ଆରଜେଡି ୧୪୩, କଂଗ୍ରେସ ୬୧, ସିପିଆଇ ଏମଏଲ ୨୦, ସିପିଆଇ ୯, ସିପିଏମ ୪, ଭିଆଇପି ୧୫ ପ୍ରାର୍ଥୀ ରହିଛନ୍ତି। ଆରଜେଡି-କଂଗ୍ରେସ ୫ ସିଟରେ ଓ କଂଗ୍ରେସ-ସିପିଆଇ ୪ ସିଟରେ ମୁହାଁମୁହିଁ ହୋଇଛନ୍ତି।

Leave A Reply

Your email address will not be published.