ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

କୁର୍ଣ୍ଣୁଲରେ ଜଳିଗଲା ବସ୍‌: ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

0

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲାସ୍ଥିତ ଚିନ୍ନାଟେକୁର ନିକଟରେ ଶୁକ୍ରବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୁର୍ଣ୍ଣୁଲରେ ଏକ ଘରୋଇ ବିଳାସପୂର୍ଣ୍ଣ ବସ୍‌ ଏକ ମୋଟର ସାଇକେଲ ସହିତ ଧକ୍କା ହେବା ପରେ ନିଆଁ ଲାଗି ସପୂର୍ଣ୍ଣ ଜଳିଯାଇଛି। ଏହି ଦୁର୍ଘଟଣାରେ ୨୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଯାତ୍ରୀମାନେ ବସରୁ ଡେଇଁ ପଡି ନିଜ ଜୀବନ ରକ୍ଷା କରିବାକୁ ପ୍ରୟାସ କରିଥିଲେ। ଆଉ କେତେକ ଯାତ୍ରୀ ଆହାତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ବସଟି ୪୦ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବସଟି କାବେରୀ ଟ୍ରାଭେଲ୍ସର ମାଲିକାନାରେ ଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ ବସରେ ନିଆଁ ଲାଗିବା ମାତ୍ରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଜରୁରୀକାଳିନ ପ୍ରସ୍ଥାନ ଫାଟକରୁ ଡେଇଁ ପଡିଥିଲେ । ବସର ସମ୍ମୁଖ ଭାଗ ଏବଂ ବାଇକ ମଧ୍ୟରେ ଧକ୍କା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଧକ୍କା ହେବା ଫଳରେ ବାଇକଟି ପ୍ରାୟ ୩୦୦ରୁ ୪୦୦ ମିଟର ଘୋଷାଡି ହୋଇଥିଲା। ଫଳରେ ଗାଡିରୁ ପେଟ୍ରୋଲ ଢାଳି ହେବାରୁ ନିଆଁ ଲାଗି ଯାଇଥିଲା। କିଛି ମୃତଦେହ ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ସେମାନଙ୍କ ପରିଚୟ ମଧ୍ୟ ହାସଲ କରିବା ପ୍ରଶାସନ ପାଇଁ କାଠିକର ପାଠ ହୋଇ ପଡ଼ିଛି।

ପ୍ରଶାସନର କହିବା କଥା ଯେ ରାୟଗଡ଼ା ଆରଟିଓଙ୍କ ନିକଟରେ ବସ୍‌ର ପଞ୍ଜିକରଣ ୨୦୧୮ ମସିହା ଅଗଷ୍ଟ ୮ ତାରିଖରେ ହୋଇଥିଲା। ଏହାର ଫିଟନେସ ୨୦୨୭ ମାର୍ଚ୍ଚ ୩୧ ଯାଏ ବୈଧ ରହିଛି। ସେହିପରି ଟିକସ, ବୀମା ୨୦୨୬ ଯାଏ ବୈଧ ଥିବାବେଳେ ପ୍ରଦୂଷଣର ବୈଧତା ଅକ୍ଟୋବର ୩୧ରେ ଶେଷ ହେବାର ଥିଲା। ଗାଡ଼ିଟି ୭ ବର୍ଷ ୨ ମାସ ପୁରୁଣା ହୋଇଥିବା ବେଳେ ୨୦୩୦ ଯାଏ ଏହା ରାସ୍ତାରେ ଚାଲିବାକୁ ଅନୁମତି ପାଇଥିଲା। ବସ୍‌ ନାଁରେ ଏକାଧିକ ଥର ଇ-ଚାଲାଣ କଟିଥିଲେ ହେଁ ଏହାକୁ ପୈଠ କରାଯାଇ ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏହି ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି X ପୋଷ୍ଟ କରି ଲେଖିଛନ୍ତି, ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ବସ୍‌ ଅଗ୍ନିକାଣ୍ଡ ଘଟଣାରେ ପ୍ରାଣହାନୀ ଅତ୍ୟନ୍ତ ଦୁଭାର୍ଗ୍ୟଜନକ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହା ସହିତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.