ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା

0

ପୁରୀ: ସମୁଦ୍ରରେ ସ୍ନାନ ନ କରିବାକୁ କହିବାରୁ ଲାଇଫଗାର୍ଡ଼ଙ୍କୁ ଆକ୍ରମଣ। ପୁରୀ ବେଳାଭୂମିରେ ଲାଇଫ୍‌ଗାର୍ଡ଼ଙ୍କ ଉପରେ ଆକ୍ରମଣ କଲେ ପର୍ଯ୍ୟଟକ ଦମ୍ପତି। ବାତ୍ୟା ‘ମୋନ୍ଥା’ ପାଇଁ ସମୁଦ୍ର ଅଶାନ୍ତ। ସମୁଦ୍ରରେ ପ୍ରବେଶ ପାଇଁ ପର୍ଯ୍ୟଟକ ତଥା ମତ୍ସ୍ୟଜୀବୀଙ୍କୁ ବାରଣ। ଏହା ସତ୍ତ୍ୱେ ଅମାନିଆ ପର୍ଯ୍ୟଟକ କାର୍ଯ୍ୟରତ ଲାଇଫ୍‌ଗାର୍ଡ଼ଙ୍କ ପ୍ରତି ଦୁର୍ବ୍ୟବହାର କରିଛନ୍ତି।

ସମୁଦ୍ର କୂଳ ସେକ୍ଟର ନଂ ୪ରେ ଘଟିଛି ଏଭଳି ଘଟଣା। ସମୁଦ୍ର ସ୍ନାନ ପାଇଁ କଟକଣା ଲଗାଯାଇଥିବା ବେଳେ ଏହାକୁ ବାରଣ କରିବାରୁ ପର୍ଯ୍ୟଟକ ଦମ୍ପତି ଲାଇଫ ଗାର୍ଡଙ୍କୁ ଚପଲରେ କରିଛନ୍ତି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ପ୍ରଶାସନ ପକ୍ଷରୁ ତିନି ଦିନ ପାଇଁ ସମୁଦ୍ର ସ୍ନାନ ଉପରେ ଲଗାଯାଇଛି କଟକଣା। ଜିରୋ ଡ୍ରାଉନିଙ୍ଗକୁ ଦୃଷ୍ଟିରେ ରଖି ୨୭, ୨୮, ୨୯ ତିନି ଦିନ ଧରି ଏହି କଟକଣା ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି। କିନ୍ତୁ ଅମାନିଆ ପର୍ଯ୍ୟଟକଙ୍କୁ ଏହି ସମୟରେ ବିଚ୍ ରେ ଗୋଧାଇବାକୁ ମନା କଲାରୁ ଲାଇଫଗାର୍ଡଙ୍କୁ ଆକ୍ରମଣ କରିଥିଲେ ପର୍ଯ୍ୟଟକ ଦମ୍ପତି।ଏଭଳି ଆକ୍ରମଣ ଓ ଲାଇଫଗାର୍ଡଙ୍କ ପ୍ରତି ଦୁର୍ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି।

Leave A Reply

Your email address will not be published.