ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌

0

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦ୍ୱାରା ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉଛି।

(୧) 08417 ବ୍ରହ୍ମପୁର–ପୁରୀ ପ୍ୟାସେଞ୍ଜର ବିଶେଷ ଟ୍ରେନ ୦୪.୧୧.୨୦୨୫ (ମଙ୍ଗଳବାର) ରାତି ୮.୩୫ ରେ ବ୍ରହ୍ମପୁରରୁ ଛାଡି ମଧ୍ୟରାତ୍ରି ପରେ ୦୧.୩୦ ରେ ପୁରୀ ଠାରେ ପହଞ୍ଚିବ।

(୨) 08418 ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ ୦୫.୧୧.୨୦୨୫ ବୁଧବାର ଭୋର ୦୩ ଘଟିକାରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ।
(୩) ଅନ୍ୟ ଏକ ବିଶେଷ ଟ୍ରେନ 08448 ପୁରୀ–ବ୍ରହ୍ମପୁର ପ୍ୟାସେଞ୍ଜର ବିଶେଷ ଟ୍ରେନ ୦୬.୧୧.୨୦୨୫ (ଗୁରୁବାର) ସକାଳ ୦୫ ଘଟିକାରେ ପୁରୀରୁ ବ୍ରହ୍ମପୁର ଯାତ୍ରା କରିବ।

ଏହି ଯାତ୍ରୀବାହୀ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକ ବ୍ରହ୍ମପୁର ଏବଂ ପୁରୀ ମଧ୍ୟରେ ଖୋର୍ଦ୍ଧା ରୋଡ୍ ଜଙ୍କସନକୁ ବାଇପାସ କରି ଜଗନ୍ନାଥପୁର, ଛତ୍ରପୁର, ଗଞ୍ଜାମ, ହମ୍ମା, ରମ୍ଭା, ଖଲ୍ଲିକୋଟ , ଚିଲିକା, ବାଲୁଗାଁ, ଗଙ୍ଗାଧରପୁର, କୁହୁଡ଼ି, କାଳୁପଡାଘାଟ, ଭୁଷଣ୍ଡପୁର, ନିରାକାରପୁର, ତାପଙ୍ଗ, କାଇପଦର ରୋଡ, ହରିପୁରଗ୍ରାମ, ମୋଟାରି, କଣାସ ରୋଡ଼, ବୀରପୁରୁଷୋତ୍ତମପୁର ଏବଂ ମାଳତୀପାଟପୁର ଆଦି ଷ୍ଟେସନରେ ରହଣି କରିବ। ଏହି ବିଶେଷ ଟ୍ରେନଗୁଡିକ ଯାତ୍ରୀମାନଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଓ ହବିଷ ଉତ୍ସବ ସମୟରେ ସୁବିଧାଜନକ ଯାତ୍ରା ପାଇଁ ସହାୟକ ହେବ।

Leave A Reply

Your email address will not be published.