ଭୁବନେଶ୍ବର: ବିଜେଡି ନେତାଙ୍କ ଘରେ ଆୟକର ଚଢାଉ। ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ରବିବାର ଆୟକର ଚଢାଉ ହୋଇଛି। କୋମନା ସ୍ଥିତ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଇଛି।
ମନୋଜ ମିଶ୍ର କୋମନା ବ୍ଲକ୍ର ପୂର୍ବତନ ବିଜେଡି ଅଧ୍ୟକ୍ଷ ଥିଲେ। ପୂର୍ବରୁ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଥିଲେ, ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ୍ର ପ୍ରମୂଖ ଦାବିଦାର ଥିଲେ ମନୋଜ। ଉପନିର୍ବାଚନ ପ୍ରଚାର ଶେଷ ଦିନରେ ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ