ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର

0

ନ୍ୟୁଜ୍ ବ୍ୟୁରୋ: ନଭେମ୍ବର ୧୨ତାରିଖରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ଶେଷରେ କଟକ ଏସସିବି ମେଡିକାଲରୁ ଠାବ କରାଯାଇଛି। ଯୁବକ ଜଣକ ହେଲେ ଯୁକ୍ତ ୩ ଛାତ୍ର ସତ୍ୟଜିତ ଦାସ । ସେ ଖୋର୍ଦ୍ଧାର ଗାନ୍ଧୀ ପଡ଼ିଆର ବାସିନ୍ଦା।ଭରତପୁର ଥାନା ଅଞ୍ଚଳରୁ ସତ୍ୟଜିତ୍ ୧୨ ଦିନ ପୂର୍ବରୁ ତାଙ୍କ ବନ୍ଧୁମାନଙ୍କ ସହିତ ଭରତପୁର ଅଞ୍ଚଳର ଏକ କାଫେରେ ଜନ୍ମଦିନ ପାର୍ଟିରେ ଯୋଗଦେବା ବେଳେ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲେ। ଘରକୁ ନ ଫେରିବାରୁ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ଉତ୍ତର ପାଇନଥିଲେ। ଯାହା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଗତ ୪ ତାରିଖରୁ ସତ୍ୟଜିତ୍ ନିଖୋଜ ଥିଲେ। ଆଜି କଟକ ବଡ ମେଡିକାଲରୁ ଅଚେତ୍ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି। ଯଦିଓ ସେ କିପରି ହସ୍ପିଟାଲରେ ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ତାଙ୍କ ଅବସ୍ଥା ବର୍ତ୍ତମାନ୍ ସଂକଟାପନ୍ନ ରହିଛି। ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ସେ ପରିବାର ଲୋକଙ୍କ ସହ ମୋବାଇଲରେ ଯୋଗାଯୋଗ କରିଥିଲେ। ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ କାଫେରୁ କେମିତି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲେ ସେନେଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ।

Leave A Reply

Your email address will not be published.