ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ନଭେମ୍ବର ୨୫ରେ କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ମେଳା

0

ନଭେମ୍ବର ୨୫ରେ କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ମେଳା ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୫ ତାରିଖରେ ମେଗା ନିଯୁକ୍ତି ମେଳା କରିବେ ରାଜ୍ୟ ସରକାର। ୧୩ଟି ବିଭାଗରେ ୭ ହଜାରରୁ ଅଧିକ ଜଣଙ୍କୁ ବଣ୍ଟନ ହେବ ନିଯୁକ୍ତି ପତ୍ର। ଏନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି। ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଗତକାଲି ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଗୃହ ବିଭାଗରେ ୨୩୫୦ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ ହେବ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୭୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ। ଜଙ୍ଗଲ ଓ ପରିବେଶ ବିଭାଗରେ ୧୭୫୦, ସୂଚନା ଓ ଲୋକସଂପର୍କ ବିଭାଗରେ ୩୯, ଉଚ୍ଚଶିକ୍ଷାରେ ୭୪, ଜଳ ସଂପଦ ବିଭାଗରେ ୩୬, ଶ୍ରମ ବିଭାଗରେ ୧୫, ଇସ୍ପାତ ଓ ଖଣି ବିଭାଗରେ ୧୪, ବାଣିଜ୍ୟ ଓ ପରିବହନ ବିଭାଗରେ ୧୪, ମତ୍ସ୍ୟ ସଂପଦ ବିଭାଗରେ ୨୭, ଯୋଜନା ଓ ସଂଯୋଜନ ବିଭାଗରେ ୮ ଜଣଙ୍କୁ ନିଯୁକ୍ତି ଦିଆଯିବ। ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଏଜିରେ ନିଯୁକ୍ତି ପତ୍ର ବଣ୍ଟନ କରାଯାଇ ପାରେ।

Leave A Reply

Your email address will not be published.