ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

0

ଭୁବନେଶ୍ବର: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ ପରେ ଓଡ଼ିଶାରେ ସରକାରଙ୍କ ଚେତା ପଶିଛି। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ସମସ୍ତ କ୍ଲବ, ପବ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି।

ରାଜ୍ୟ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ନିର୍ଦେଶ ଜାରି କରାଯାଇଛି। ଅଗ୍ନି ନିରାପତ୍ତା ନେଇ ହେବ କଡାକଡି ଯାଞ୍ଚ। ୧୦ ଦିନ ଭିତରେ ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ୧୦୦ ଗ୍ରାହକଙ୍କ ଠାରୁ ଅଧିକ କାପାସିଟି ଥିବା ରେଷ୍ଟୁରାଣ୍ଟରେ ହେବ କଡା ଚେକିଂ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ ସହ ସୁରକ୍ଷା ବ୍ୟବସ୍ଥାର ହେବ ଯାଞ୍ଚ। ବିଲ୍ଡିଂ ଆପ୍ରୁଭାଲ ସହ ନିରାପତ୍ତା ସାର୍ଟିଫିକେଟ ନବୀକରଣ ନେଇ ଯାଞ୍ଚ କରିବ ଅଗ୍ନିଶମ ବିଭାଗ। ନର୍ଥ ଗୋଆରେ ଗତ ଡିସେମ୍ବର ୭ ରବିବାର ମଧ୍ୟରାତିରେ ଏକ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେଣୁ ଏଭଳି ସ୍ଥିତିରେ କୌଣସି ଅଘଟଣ ଘଟିବା ପୂର୍ବରୁ ଆକ୍ସନ ମୋଡ଼କୁ ଆସିଛି ଓଡିଶା ଅଗ୍ନିଶମ ବିଭାଗ।

Leave A Reply

Your email address will not be published.