ପ୍ରମୁଖ ଖବର

ଗୃହପାଳିତ ପୋଷା ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍‌ଏଏଚ୍‌ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର
ପିପିଲି: ଅଟୋକୁ ଧକ୍କା ଦେଲା ବାଇକ: ଜଣେ ମୃତ, ୪ ଆହତ
ପୁରୀରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ବିହାର: ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

ଇଣ୍ଡିଗୋ ସଂକଟ: ୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

0

ନ୍ୟୁଜ୍ ବ୍ୟୁରୋ: ଇଣ୍ଡିଗୋରେ ଲଗାତାର ୫ ଦିନ ଧରି ପରିଚାଳନା ତ୍ରୁଟି ଦେଖାଦେଇଛି। ଇଣ୍ଡିଗୋ ସେବାରେ ଅନିୟମିତତାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ ସ୍ଥିତି ଦେଇ ଗତି କରୁଛି। ଏହାରି ମଧ୍ୟରେ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷିତ ଯାତ୍ରା ପାଇଁ ପୂର୍ବତଟ ରେଳ ବିଭାଗ ପଦକ୍ଷେପ ନେଇଛି।

କେବଳ ଓଡିଶା ନୁହେଁ, ବରଂ ସାରା ଦେଶରେ ଏଭଳି ଅସନ୍ତୋଷ ଦେଖାଯାଇଛି। ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଟ୍ରେନ ଯୋଗେ ଯାତ୍ରା କରୁଛନ୍ତି । ରେଳ ମନ୍ତ୍ରଣାଳୟ ପକ୍ଷରୁ ୩୭ଟି ପ୍ରମୁଖ ଟ୍ରେନରେ ଅତିରିକ୍ତ ୧୧୬ ବଗି ସଂଯୋଗ କରାଯାଇଛି। ଏଥିମଧ୍ୟରେ କେବଳ ଦକ୍ଷିଣ ରେଳପଥରେ ୧୮ଟି ଟ୍ରେନରେ ଏଭଳି ବଗି ସଂପ୍ରସାରଣ କରାଯାଇଛି। ଉତ୍ତର ରେଳପଥରେ ୮ଟି, ପଶ୍ଚିମ ରେଳପଥରେ ୪ଟି, ପୂର୍ବତଟ ରେଳପଥରେ ୨ଟି, ପୂର୍ବ-କେନ୍ଦ୍ର ରେଳପଥରେ ୨ଟି, ନର୍ଥ-ଇଷ୍ଟ ଫ୍ରଣ୍ଟିଅର ରେଳପଥରେ ୨ଟି ଟ୍ରେନରେ ଅତିରିକ୍ତ ବଗି ସଂଯୋଗ କରାଯାଇଥିବା ପ୍ରକାଶ। ଅଧିକ ଚାହିଦା ରହିଥିବା ରୁଟ୍‌ରେ ଏହି ଟ୍ରେନଗୁଡିକରେ ଅତିରିକ୍ତ ଚେୟାର କାର୍‌ ଓ ସ୍ଲିପର ବଗିର ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥର ଭୁବନେଶ୍ବର-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ ନମ୍ବର ୨୦୮୧୭/୨୦୮୧୧/୨୦୮୨୩ରେ ଅତିରିକ୍ତ ଦୁଇଟି ଦ୍ବିତୀୟ ଶ୍ରେଣୀ ଏସି ବଗି ଖଞ୍ଜାଯାଇଛି। ନର୍ଥ-ଇଷ୍ଟ ଫ୍ରଣ୍ଟିଅର ରେଳପଥ ପକ୍ଷରୁ ଦୁଇଟି ପ୍ରମୁଖ ଟ୍ରେନରେ ଅତିରିକ୍ତ ତୃତୀୟ ଶ୍ରେଣୀ ଏସି ଏବଂ ସ୍ଲିପର ବଗି ସଂଯୋଗ କରାଯାଇଛି।

ଡିସେମ୍ବର ୬ରୁ ୧୩ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ ବୋଲି କୁହାଯାଇଛି। ନୂଆଦିଲ୍ଲୀ-ମୁମ୍ବଇ-ନୂଆଦିଲ୍ଲୀ ରୁଟ୍‌ରେ ଡିସେମ୍ବର ୬ ଓ ୭ରେ ସୁପରଫାଷ୍ଟ ସ୍ପେସାଲ ଟ୍ରେନ ଚଳାଚଳ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ-ହାୱଡା ରୁଟ୍‌ ପାଇଁ ଦୁଇଟି ସ୍ପେସାଲ ସୁପରଫାଷ୍ଟ ଟ୍ରେନ ବ୍ୟବସ୍ଥା କରାଯାଇଥିବାବେଳେ ଦିଲ୍ଲୀ-ମୁମ୍ବଇ, ଦିଲ୍ଲୀ-ପୁଣେ, ଦିଲ୍ଲୀ-ବେଙ୍ଗାଲୁରୁ, ଦିଲ୍ଲୀ-ହାଇଦରାବାଦ ରୁଟ୍‌ରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ୫ ଲକ୍ଷ ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.