ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମାଲକାନଗିରିରେ ବଢିଲା କଟକଣା

0

୧୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ମାଲକାନଗିରି: ମାଲକାନଗିରିରେ ବଢିଲା କଟକଣା। ମଙ୍ଗଳବାର ଦିନ ଓଡ଼ିଶା ଗୃହ ବିଭାଗ ଜିଲ୍ଲାରେ ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ଏବଂ ପ୍ରବେଶ ଉପରେ ପ୍ରତିବନ୍ଧକକୁ ବଢାଇ ଦେଇଛି। ଡିସେମ୍ବର ୧୦ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି। ପୂର୍ବରୁ ଏମଭି-୨୬ରେ ଭିଡ଼ ଦ୍ୱାରା ହୋଇଥିବା ହିଂସାକାଣ୍ଡ, ଘର ପୋଡ଼ି ଦେବା ଘଟଣାରେ ଜିଲ୍ଲାରେ ଉତ୍ତେଜନା ଜାରି ରହିଥିଲା। ଯାହା ଫଳରେ ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ କରାଯାଇଥିଲା।

ଏଥିରେ ହ୍ୱାଟ୍ସଆପ୍, ଫେସବୁକ୍, ଏକ୍ସ ସେବା ରହିଛି। ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି -୨୬ ଗ୍ରାମ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ରାଖେଲଗୁଡ଼ା ଗ୍ରାମବାସୀଙ୍କ ସମେତ ଆଦିବାସୀ ସମ୍ପ୍ରଦାୟର ଲୋକେ ଏମ୍‌ଭି-୨୬ ଗାଁରେ ପଶି ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା ସହ ୫୦ରୁ ଊର୍ଦ୍ଧ୍ୱ ଘରେ ନିଆଁ ଲଗାଇ ଜାଳିଦେଇଛନ୍ତି। ପୋଡ଼ାଜଳା ପରେ ମଙ୍ଗଳବାର ଏମ୍‌ଭି-୨୬ଗାଁରେ ରହୁଥିବା ଲୋକେ ଗାଁ ଛାଡି ବାହାରକୁ ଚାଳିଯାଉଥିବା ଜଣାପଡିଛି। ଅନ୍ୟପକ୍ଷେ ଶାନ୍ତି ବଜାୟ ରଖିବାକୁ ମାଲକାନଗିରି ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ସହ ବିଦେଶୀ ମଦଦୋକାନ ବନ୍ଦ ପାଇଁ ଜିଲାପାଳ ସୋମେଶ ଉପାଧ୍ୟାୟ ନିର୍ଦ୍ଦେଶ ଜାରି କରିଛନ୍ତି।

Leave A Reply

Your email address will not be published.