ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବସ୍‌-ବାଇକ୍‌ ମୁହାଁମୁହିଁ, ଦୁଇ ଛାତ୍ର ମୃତ

0

ରାୟଗଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଛାତ୍ର ଗୁଡାରି ସୌରା ସାହିର ଦେବେନ୍ଦ୍ର ଶବର (୨୧ ବର୍ଷ) ଏବଂ ଗୁଡାରି ଢେପାଗୁଡା ନିକଟସ୍ଥ ବଡଗୁଡାର ବିଷ୍ଣୁ ଶବର ବୋଲି ଜଣାପଡିଛି।

ସୂଚନାନୁଯାୟୀ,ଗୁଡାରୀରୁ ବାଡ଼ିସୋଲା ସ୍କୁଲରେ ଯୁକ୍ତଦୁଇ ପାଠ ପଢ଼ିବା ପାଇଁ ବାଇକ୍‌ରେ ଯାଉଥିବା ବେଳେ ଗୁରୁବାର ସକାଳୁ ରାମନାଗୁଡ଼ା ବ୍ଲକ ପାଲୁପାଇ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଲାଞ୍ଜିଗଡ଼ରୁ ବ୍ରହ୍ମପୁରକୁ ଯାଉଥିବା ଏକ ଘରୋଇ ବସ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ରେ ବସିଥିବା ଉଭୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ରାମନଗୁଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.