ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଗୋଆ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଲୁଥ୍ରା ବ୍ରଦର୍ସ ଗିରଫ

0

ଗୋଆ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣା। ଥାଇଲାଣ୍ଡରୁ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ। ଏହି ଦୁଇ ଅଭିଯୁକ୍ତଙ୍କୁ ଭାରତ ଅଣାଯାଉଛି ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଲୁଥ୍ରା ବ୍ରଦର୍ସଙ୍କ ପାସପୋର୍ଟ ପୂର୍ବରୁ ନିଲମ୍ବିତ କରାଯାଇଥିଲା। କ୍ଲବ୍ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଥିଲା। ଏବେ ଯାଞ୍ଚ ଏଜେନ୍ସି ଜୋରଦାର ତନାଘନା ଚଳାଇଛି।

ସେପଟେ ଲୁଥ୍ରା ବ୍ରଦର୍ସ ଦିଲ୍ଲୀ ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଦୁଇ ଭାଇଙ୍କୁ କୋର୍ଟ ଜାମିନ ଦେଇ ନଥିବାବେଳେ ଏହା ଉପରେ ପୋଲିସକୁ ଜବାବ ମାଗିଛନ୍ତି। ଗୁରୁବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଗୋଆ କ୍ଲବ ଅଗ୍ନିକାଣ୍ଡ ଘଟଣାର କିଛି ଘଣ୍ଟା ପରେ, ଦୁଇ ଭାଇ ସକାଳୁ ଥାଇଲ୍ୟାଣ୍ଡ ପାଇଁ ଏକ ବିମାନ ବୁକ୍ କରିଥିଲେ ଏବଂ ଭାରତ ଛାଡ଼ିଦେଇଥିଲେ। ଏହାପରଠାରୁ ଭାରତର ଏଜେନ୍ସିଗୁଡ଼ିକ ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ। ଆଉ ଶେଷରେ ଦୁହେଁ ଥାଇଲ୍ୟାଣ୍ଡରୁ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟ (MEA) ଉଭୟ ଭାଇଙ୍କ ପାସପୋର୍ଟକୁ ଅନ୍ୟ ଦେଶକୁ ଯାତ୍ରା କରିବାରୁ ରୋକିବା ପାଇଁ ରଦ୍ଦ କରିଛି ।

ସୂଚନାଯୋଗ୍ୟ ଯେ, ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣ ପୋଡ଼ି ମୃତ୍ୟୁବରଣ କରିଥିଲେ। ଏଥିରେ ୨୦ ଜଣ କର୍ମଚାରୀ ଏବଂ ପାଞ୍ଚ ଜଣ ପର୍ଯ୍ୟଟକ ଥିଲେ। ଏହି ବଡ଼ ଘଟଣା ସତ୍ତ୍ୱେ, କ୍ଲବ ମାଲିକ ସୌରଭ ଏବଂ ଗୌରବ ଲୁଥ୍ରା କିଛି ଘଣ୍ଟା ପରେ ଇଣ୍ଡିଗୋ ବିମାନରେ ଦିଲ୍ଲୀ ଆଉ ପରେ ପରେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ଆଉ ଏବେ ଏହି ଦୁଇ ଭାଇମାନଙ୍କୁ ଥାଇଲ୍ୟାଣ୍ଡରେ ଅଟକ ରଖାଯାଇଛି ।

Leave A Reply

Your email address will not be published.