ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ମହମ୍ମଦ ମୋକିମ କିଏ : ପିସିସି ସଭାପତି

0

ଭୁବନେଶ୍ବର: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ? । ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି। ନିଜ କଥା ରଖିବାର ସବୁ ସଦସ୍ୟଙ୍କ ନିକଟରେ ଅଧିକାର ଅଛି। ଦଳୀୟ ନେତୃତ୍ୱ ସେମାନଙ୍କ କଥା ନିଶ୍ଚିତ ଶୁଣିବେ। ସୋନିଆଙ୍କୁ ଚିଠି ଲେଖିବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ଚିଠିକୁ ମିଡିଆରେ ପ୍ରଘଟ କରିବାର କ’ଣ ଆବଶ୍ୟକତା ଥିଲା। କାରଣ ସେ ଦଳରେ ରହିବାକୁ ଚାହୁଁ ନ ଥିଲେ।

ରାହୁଲ ଗାନ୍ଧୀଙ୍କ ବିଷୟରେ ସେ କ’ଣ ଜାଣନ୍ତି ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି। ରାହୁଲ ଦେଶ ସାରା ପଦଯାତ୍ରା କରି ଲୋକଙ୍କୁ ସଚେତନ କଲେ। ଏହା କ’ଣ କଠିନ ପରିଶ୍ରମ ନୁହେଁ, ଚିଠି ଲେଖି ସେ ରାହୁଲଙ୍କୁ ଗାଇଡ କରିବେ। ଏହା ବିରୋଧୀଙ୍କ କାମ କହି ମୋକିମଙ୍କୁ ସମାଲୋଚନା କରିଛନ୍ତି ଭକ୍ତ। ଯଦି କେହି ନିଜ ନେତାଙ୍କ କଠିନ ପରିଶ୍ରମ ଓ ତ୍ୟାଗ ଦେଖିପାରୁନି, ସେମାନଙ୍କୁ କଣ କୁହାଯିବ।

ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନ ପରେ କଂଗ୍ରେସରେ ଏକପ୍ରକାର ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। କିଛିଦିନ ପୂର୍ବରୁ କଂଗ୍ରେସର ଜାତୀୟ ଏବଂ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ଉପରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ପ୍ରଶ୍ନ ଉଠାଇବା ମହଙ୍ଗା ସାବ୍ୟସ୍ତ ହୋଇଛି। ପିସିସିର ସୁପାରିସକୁ ଅଖିଳ ଭାରତୀୟ କଂଗ୍ରେସ କମିଟି ଅନୁମୋଦନ କରିବା ପରେ ପିସିସି ସଭାପତି ଭକ୍ତ ଚରଣ ଦାସ ଦଳର ପ୍ରାଥମିକ ସଦସ୍ୟ ପଦରୁ ମୋକିମ୍‌ଙ୍କୁ ବହିଷ୍କାର କରିଛନ୍ତିି।

Leave A Reply

Your email address will not be published.