ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ହାଇଦ୍ରାବାଦରେ ‘ଓଡ଼ିଶା ଇନଭେଷ୍ଟର ମିଟ୍’, ଓଡ଼ିଶାରେ ନିବେଶ କରିବାକୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ

0

ହାଇଦ୍ରାବାଦ: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ ୧୯,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଥିବା ବେଳେ ଏହାଦ୍ୱାରା ପ୍ରାୟ ୭,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି ରୋଡ୍‌ ଶୋ’ରେ ଯୋଗଦେଇ ପ୍ରମୁଖ ଶିଳ୍ପ ସଂସ୍ଥାର ମୁଖ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଶେଷ କରି, ଫାର୍ମାସ୍ୟୁଟିକାଲ୍ସ ଓ ମେଡିକାଲ ଉପକରଣ, ଗ୍ରୀନ ଏନର୍ଜି ଓ ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଓ ଅଟୋମୋବାଇଲ୍ ପାର୍ଟସ୍, ଇଞ୍ଜିନିୟରିଂ ସାମଗ୍ରୀ କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ସହ ଓ୍ବାନ୍‌-ଟୁ-ଓ୍ବାନ୍‌ ଆଲୋଚନା କରିଛନ୍ତି।

ଓଡ଼ିଶା ନିବେଶକ ସମ୍ମିଳନୀ’ର ପ୍ରଥମ ଦିନରେ ରାଜ୍ୟ ପାଇଁ ବଡ଼ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ହିଁ ୩୮,୭୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ମିଳିଛି । ମୁଖ୍ୟମନ୍ତ୍ରୀ ଫାର୍ମା, ସ୍ୱାସ୍ଥ୍ୟ ଉପକରଣ, ଗ୍ରୀନ୍ ଏନର୍ଜି, ଅଟୋମୋବାଇଲ୍ ଏବଂ ଇଞ୍ଜିନିୟରିଂ କ୍ଷେତ୍ରର ବଡ଼ ବଡ଼ ଶିଳ୍ପପତିମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।
ପ୍ରଥମ ଦିନର ୧୫ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା।

ଏଥିରେ ୭ଟି ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ନିବେଶ ଦ୍ବାରା ଓଡ଼ିଶାରେ ପ୍ରାୟ ୨୦ହଜାର ୨ଶହରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଦୁଇ ଦିନିଆ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡ଼ିଶାର ଶିଳ୍ପ କ୍ଷମତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଏବଂ ନୂଆ ନୂଆ ନିବେଶକଙ୍କୁ ଓଡ଼ିଶା ଆଣିବା। ଏଥିରେ ଇଣ୍ଡୋରାମା ଇଣ୍ଡଷ୍ଟ୍ରିଜ୍, ଜିନ୍ଦଲ ପଲି ଫିଲ୍ମସ, ଏବିଆଇ ସୋୱାଟେକ୍ ଏବଂ ମାରୁତି ଭଳି ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.