ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ବିଜେଡ଼ି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ରହିବ : ନବୀନ ପଟ୍ଟନାୟକ

0

ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ ପାଳୁଛି ୨୯ତମ ପ୍ରତିଷ୍ଠା ଦିବସ। ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଏହି ଅବସରରେ ସମସ୍ତଙ୍କୁ ନବୀନ ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣ ରଖିଥିଲେ। ଦଳ କରିଥିବା ରାଜ୍ୟର ବିକାଶ କୁ ମନେପକାଇଥିଲେ ଏବଂ ଏବେର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

ନବୀନ କହିଥିଲେ, ବିଜୁ ଜନତା ଦଳ ଦେଶର ଏକ ସଫଳ ଆଞ୍ଚଳିକ ଦଳ। ୧୯୯୭ ରୁ ଆମେ ବିଜୁ ବାବୁଙ୍କ ଆଦର୍ଶରେ ଓଡିଶା ବାସୀଙ୍କ ସେବା କରି ଆସୁଛୁ। ସେବା, ସ୍ୱାଭିମାନ ଓ ସଂଗ୍ରାମ ଆମର ମନ୍ତ୍ର। ବିକାଶ ହେଉଛି ଆମର ପରିଚୟ। ୨୦୦୦ ରୁ ୨୦୨୪ ଥିଲା ଓଡିଶା ବିକାଶ ଇତିହାସର ସୁନାମ ଅଧ୍ୟାୟ। ବନ୍ୟା, ବିପର୍ଯ୍ୟୟ, ବିକାଶ ସବୁ ସହ ଆମେ ଲଢିଛୁ। ଏବଂ ସଫଳ ମଧ୍ୟ ହୋଇଛୁ। ଓଡିଶାକୁ ନୂଆ ପରିଚୟ ଦେଇଛୁ। ମହିଳାଙ୍କୁ ସଶକ୍ତ କରିଛୁ। ଚାଷୀର ରୋଜଗାର ବୃଦ୍ଧି କରିଛୁ। BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ। ରାଜ୍ୟ ଅର୍ଥନୀତିକୁ ମଧ୍ୟ ମଜବୁତ କରିଛୁ। ଯୁବଶକ୍ତିଙ୍କୁ ରୋଜଗାର ଦେଇଛୁ।

ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ବିଜେଡି ଅଛି ଓ ଶହେ ବର୍ଷ ରହିବ। କିଛି ଦଳ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ବିଜେଡି ଅଛି ଓ ରହିବ। ବିଜେଡି ଶହେ ବର୍ଷ ଓଡ଼ିଶାବାସୀଙ୍କ ସ୍ବର ହୋଇ ରହିବ। ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ। ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି । ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସେବା, ସ୍ବାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ନବୀନ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

ଏହାସହ ନବୀନ ବିରୋଧୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ୧୮ ମାସରେ ସରକାର ଥିବା ଭଳି ଲାଗୁନି। ଡବଲ ଇଞ୍ଜିନ ସରକାରରେ ବିକାଶ ନାହିଁ। ଚାଷୀଙ୍କୁ ସାର ମିଳୁନି। ଧାନ ମଣ୍ଡି ଖୋଲୁ ନାହିଁ। ମିଶନ ଶକ୍ତି ମା’ମାନେ ହଇରାଣ ହେଉଛନ୍ତି। ଆଠ ମାସ ଭିତରେ ୧୮ ଟି ପରୀକ୍ଷା ପେପର ଲିକ ହୋଇଛି। ଯୁବ ସମାଜ ହତାଶ ହୋଇପଡ଼ିଛି। ଆଇନ ଶୃଙ୍ଖଳା ନ କହିବା ଭଲ। ମହିଳା ଅତ୍ୟାଚାର ବଢିବାରେ ଲାଗିଛି। ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି। ଏପରିକି ନାବାଳିକା ବି ସୁରକ୍ଷିତ ନୁହନ୍ତି।

ଏବେ କିଛି ଲୋକ, କିଛି ଦଳ ଆମ ବିଷୟରେ ଅପପ୍ରଚାର କରୁଛନ୍ତି। ବିଜୁ ଜନତା ଦଳ ଭାଙ୍ଗି ଯିବ। ଏମିତି ନାନା ଗୁଜବ ଚାଲିଛି। ଓଡ଼ିଶା ଲୋକଙ୍କ ପାଇଁ ବିଜେଡ଼ି ସବୁବେଳେ ଛିଡା ହୋଇଛି ଏବଂ ରହିଥିବ ମଧ୍ୟ। ବିଜେଡ଼ି ରହିଛି ଏବଂ ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡିଶାବାସୀଙ୍କ ସ୍ୱର ହୋଇ ରହିବ। ରାଜନୀତିରେ ଧର୍ଯ୍ୟ ରଖିବା ସବୁଠାରୁ ମୁଖ୍ୟ। ଏହା ସହିତ ନବୀନ ଓଡ଼ିଶା ବାସୀଙ୍କୁ ଆଗକୁ ଆସୁଥିବା ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.