ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ସୀତାକୁଣ୍ଡରେ ବୁଡ଼ି ଦୁଇ ଭାଇ ମୃତ

0

ମୟୂରଭଞ୍ଜ: କାଳ ସାଜିଲା ପିକନିକ। ପିକନିକ ସମୟରେ ଜଳପ୍ରପାତରେ ଗାଧେଇବା ବେଳେ ବୁଡ଼ିଗଲେ ଦୁଇଭାଇ। ମୃତକ ଦ୍ବୟ ଭଦ୍ରକ ଜିଲାର ବୋଲି ଜଣାପଡିଛି। ଉଭୟ ଭାଇଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।ବୁଡ଼ି ଯିବା ନେଇ ଦମକଳବାହିନୀକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ଥିବା ସିତାକୁଣ୍ଡକୁ ପିକନିକ କରିବା ପାଇଁ ଭଦ୍ରକ ଜିଲାରୁ କିଛି ପର୍ଯ୍ୟଟକ ଆସିଥିଲେ। ତେବେ ତିନିଜଣଙ୍କ ଗୋଡ ଖସିଯାଇଥିଲା। ଫଳରେ ତିନି ଜଣ ପାଣିରେ ବୁଡି ଯାଇଥିଲେ। ଏହାପରେ ସଙ୍ଗେସଙ୍ଗେ ଜଣକୁ ଉଦ୍ଧାର କରାଯାଇଥିଲା। କୁଣ୍ଡର ପାଣି ଗହୀର ଓ ପ୍ରବଳ ଥଣ୍ଡା ଥିବାରୁ ଅନ୍ୟ ପର୍ଯ୍ୟଟକ ଦ୍ବୟଙ୍କୁ ଉଦ୍ଧାର କରିପାରିନଥିଲେ। ଦମକଳବାହୀନି ଖୋଜାଖୋଜି କରିବା ସମୟରେ ସେମାନଙ୍କର ମୃତଦେହ ମିଳିଛି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। କେଉଁ କାରଣ ପାଇଁ ଏଭଳି ଅଘଟଣ ଘଟିଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

Leave A Reply

Your email address will not be published.